ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନ । ନିଜ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ‘ପୁଷ୍ପା: ଦି ରାଇଜ୍’ର ସଫଳତା ପରେ ସେ ଆହୁରି ଲୋକପ୍ରିୟ ହୋଇଯାଇଛନ୍ତି । ବର୍ତ୍ତମାନ ଫ୍ୟାନ୍ସ ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ‘ପୁଷ୍ପା ୨: ଦି ରୁଲ୍’କୁ ନେଇ ବେଶ ଉତ୍ସାହିତ ଅଛନ୍ତି ।
ବର୍ତ୍ତମାନ ପୁଷ୍ପା ଫେମ୍ ଅଲ୍ଲୁ ଅର୍ଜୁନ ସୁକୁମାରଙ୍କ ନିର୍ଦ୍ଦେଶିତ ‘ପୁଷ୍ପା ୨: ଦି ରୁଲ୍’ ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି । ନିକଟରେ ଅଲ୍ଲୁ ଏକ ଇଭେଣ୍ଟରେ ନିଜ କ୍ୟାରିୟରର ପ୍ରାରମ୍ଭିକ ସମୟକୁ ନେଇ ବଡ଼ ଖୁଲାସା କରିଥିଲେ । ତାଙ୍କ ଡେବ୍ୟୁ ଫିଲ୍ମ ପରେ ସେ ବେକାରି ସମସ୍ୟା ଦେଇ ଗତି କରିଥିବା କହିଥିଲେ । ୨୦୦୩ରେ ଆଲୁ ଅର୍ଜୁନ ‘ଗଙ୍ଗୋତ୍ରି’ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ଏକ ରୋମାଣ୍ଟିକ- ଡ୍ରାମା ଫିଲ୍ମ ଥିଲା ଯାହା ଏକ ଝିଅକୁ ନେଇ ଗତିଶୀଳ ଯିଏ କି ଏକ ଚାକରକୁ ଭଲପାଇ ବସିଥିଲା । ଫିଲ୍ମ ହିଟ୍ ହୋଇଥିଲା କିନ୍ତୁ ଅଲ୍ଲୁଙ୍କୁ ଏହା ପରେ କୌଣସି ଫିଲ୍ମ ଅଫର ଆସିନଥିଲା । ଅଲ୍ଲୁ ଅର୍ଜୁନ କହିଥିଲେ କି ଏହି ଫିଲ୍ମରେ ରାଘବେନ୍ଦ୍ର ରାଓ ଗୁରୁଙ୍କ ସହ ଲିଡ୍ ଅଭିନେତା ଭାବେ କାମ କରିବା ପରେ ମଧ୍ୟ ତାଙ୍କ ସହ କେହି ବି କାମ କରିବା ପାଇଁ ଅଗେଇ ଆସିନଥିଲେ । ଏହା ପରେ ଜଣେ ଡେବ୍ୟୁ ଫିଲ୍ମ ନିର୍ମାତା ତାଙ୍କ ପାଖକୁ ଆସି ‘ଆର୍ଯ୍ୟ’ ଫିଲ୍ମ ପାଇଁ ଅଫର ଦେଇଥିଲେ । ଏହା ପରେ ସେ କେବେ ପଛକୁ ଫେରି ଚାହିଁନଥିଲେ । ପୁଷ୍ପା ଷ୍ଟାରଙ୍କ କ୍ୟାରିୟର ଗଢ଼ିବା ପଛରେ ଆଉ କେହି ନୁହଁ ବରଂ ‘ପୁଷ୍ପା ୨: ଦି ରୁଲ୍’ର ନିର୍ଦ୍ଦେଶକ ସୁକୁମାର । ଏହି ଇଭେଣ୍ଟରେ ଅଲ୍ଲୁ ଅର୍ଜୁନ ସୁକୁମାରଙ୍କ ପ୍ରଶଂସା କରି କହିଥିଲେ, ‘ମୋ କ୍ୟାରିୟରରେ ପଛକୁ ଚାହିଁ ଦେଖିଲେ ମୋ ଜୀବନକୁ ସବୁଠାରୁ ବେଶି ପ୍ରଭାବିତ କରିଥିବା ବ୍ୟକ୍ତି ହେଉଛନ୍ତି ସୁକୁମାର । ବର୍ତ୍ତମାନ ସେ ପୋଷ୍ଟ ପ୍ରଡକସନରେ ବ୍ୟସ୍ତ ଅଛନ୍ତି । ଉପସ୍ଥିତି ଅପେକ୍ଷା ତାଙ୍କ ଅନୁପସ୍ଥିତି ବହୁତ କିଛି କହିଥାଏ । ମିସ୍ ୟୁ ସୁକ୍କୁ । ଆମେ ସମସ୍ତେ ଏକାଠି ଅଛୁ ।’ ୨୦୦୪ରେ ଆର୍ଯ୍ୟର୍ ଫିଲ୍ମର ସଫଳତା ପରେ ‘ଆର୍ଯ୍ୟ ୨’, ୨୦୨୧ରେ ପୁଷ୍ପାରେ ଅଲ୍ଲୁ-ସୁକୁମାରଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା ।
ରିପୋର୍ଟରୁ ପ୍ରକାଶ ୪୦୦-୫୦୦ କୋଟି ବଜେଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍’ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ମହଙ୍ଗା ଫିଲ୍ମ ମଧ୍ୟରୁ ଅନ୍ୟତମ । ଏହା ୧୦୦୦ କୋଟି କ୍ଳବ ରୋଜଗାର କରିବ ବୋଲି ଫିଲ୍ମ ନିର୍ମାତା ଆଶାବାଦୀ ଅଛନ୍ତି । ପୁଷ୍ପା ସିକ୍ୱେଲରେ ରଶ୍ମିକା ମନ୍ଦାନା, ଫହଦ ଫାସିଲ, ସୁନୀଲ, ଅଜୟ ଘୋଷ, ଅନସୁୟା ଭରଦ୍ୱାଜ, ଅଜୟ ପ୍ରତାପ, ବ୍ରହ୍ମାଜୀ, ଧନଞ୍ଜୟ, ମାଇପ୍ ଗୋପି କମବ୍ୟାକ୍ କରିଛନ୍ତି । ଆସନ୍ତା ଡିସେମ୍ବର ୫ରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ହେବ । ଏହି ଫିଲ୍ମ ତେଲୁଗୁ, ତାମିଲ, ମାଲାୟାଲମ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ ।