ନୂଆଦିଲ୍ଲୀ- ଆଉ ମଝିରେ ଗୋଟିଏ ଦିନ । ୧ ଡିସେମ୍ବରରୁ ବଦଲିଯିବ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ । ଏହା ସାଧାରଣ ଜୀବନ ଯାତ୍ରାକୁ କରିବ ପ୍ରଭାବିତ । ଆଗାମୀ ଦୁଇ ଦିନରେ ହେବାକୁ ଯାଉଥିବା ଏହି ପରିବର୍ତ୍ତନକୁ ନେଇ ଆପଣ ଜାଣିଛନ୍ତି କି । ଯଦି ଜାଣି ନାହାନ୍ତି, ତେବେ ଜାଣିନିଅନ୍ତୁ । ଏହା ସିଧା ଅପଣଙ୍କ ପକେଟ ଉପରେ ପକାଇବ ପ୍ରଭାବ ।
ନଭେମ୍ବର ଆରମ୍ଭ ହେଉ ହେଉ ଏଲପିଜି ସିଲିଣ୍ଡରର ଦାମରେ ହୋଇଥିଲା ପରିବର୍ତ୍ତନ । ୧୯ କିଲୋ କମର୍ସିଆଲ ସିଲିଣ୍ଡରର ଦାମ ବଢିଥିଲା । ତେଣୁ ଡିସେମ୍ବର ପହିଲାରୁ ତେଲ କମ୍ପାନୀଗୁଡିକ ପୁଣି ଥରେ ସିଲିଣ୍ଡର ଦର ବୃଦ୍ଧି କରିବା ସମ୍ଭାବନା ରହିଛି । ୧୪ କିଲୋ ସିଲିଣ୍ଡରର ଦାମ ନଭେମ୍ବରରେ ବଦଳି ନ ଥିଲା । ତେଣୁ ଏହି ଗ୍ୟାସ ବଦଳିବାର ଅନେକ ସମ୍ଭାବନା ରହିଛି । ଗ୍ୟାସ ସହ ଟର୍ବାଇନ ଫୁଏଲ ଦରରେ ମଧ୍ୟ ବୃଦ୍ଧିର ସମ୍ଭାବନା ରହିଛି । ଫଳରେ ବିମାନ ଟିକେଟ ଦାମ ବଢିବ ।
ଏହା ବ୍ୟତୀତ କ୍ରେଡିଟ କାର୍ଡ ବ୍ୟବହାର କରୁଥିଲେ ଏଥିରେ ମଧ୍ୟ ଅନେକ ଚେଞ୍ଜେସ ଦେଖିପାରିବେ । ବିଶେଷ କରି ଷ୍ଟେଟବ୍ୟାକ ଅଫ ଇଣ୍ଡିଆର କ୍ରେଡିଟ କାର୍ଡରେ ଡିଜିଟାଲ ଗେମିଂ ପ୍ଲାଟଫର୍ମରେ ଟ୍ରାଞ୍ଜାକ୍ସନର ନିୟମ ବଦଳିବାକୁ ଯାଉଛି । ଆସନ୍ତା ମାସରୁଷ୍ଟେଟ ବ୍ୟାକ ପ୍ରାୟ ୪୮ ଅଲଗା ଅଲଗା କାର୍ଡରେ ଏପରି ଟ୍ରାଞ୍ଜାକ୍ସନରେ ରିୱାର୍ଡ ପଏଣ୍ଟ ମିଳିବ ନାହିଁ ।
ସେହିପରି ଟ୍ରାଇ ବିଜନେସ ମେସେଜ ଓ ଓଟିପିକୁ ନେଇ ଗାଇଡଲାଇନ ଜାରି କରିଛି, ଯାହା ଆସନ୍ତା ମାସରୁ ଲାଗୁ ହେବ ।