ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରୁ ପ୍ରଥମ ଥର ଆବିଷ୍କାର ହୋଇଛି ଦୁଇଟି ମହାସିର୍ ପ୍ରଜାତିର ମାଛ । ଏହି ମାଛକୁ ‘ଭାରତୀୟ ନଦୀର ରାଜା’ କୁହାଯାଉଥିବା ବେଳେ ଏହି ପ୍ରଜାତିର ମାଛ ସାୟପ୍ରିନୟଡ ପରିବାରର ଅନ୍ତର୍ଭୁକ୍ତ ଅଟେ । ଏହି ମାଛର ଶରୀରର ଆକାର ବଡ଼ ହୋଇଥିବା ବେଳେ ସେମାନଙ୍କ ଦେହରରେ ବଡ଼ ବଡ଼ କାତୀ ରହିଥାଏ । ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗବେଷକମାନଙ୍କ ଦ୍ୱାରା ଦକ୍ଷିଣ ଓଡ଼ିଶାରୁ ଦୁଇଟି ମହାସିର୍ ପ୍ରଜାତି ମାଛକୁ ପ୍ରଥମ ଥର ଆବିଷ୍କାର କରିଛନ୍ତି । ଏହି ମାଛଗୁଡ଼ିକୁ ପୃଥିବୀର ୨୦ଟି ବୃହତ୍ ମାଛ ପରିବାରରେ ଅନ୍ତର୍ଭୁକ୍ତ କରାଯାଇଥାଏ ।
ତେବେ ସାଧାରଣ ଭାବେ ଏହି ମାଛଗୁଡ଼ିକ ଦ୍ରୁତବେଗରେ ପ୍ରବାହିତ, ଶୀତଳ, ସ୍ୱଚ୍ଛ, ପାହାଡ଼ିଆ ନଦୀର ପଥୁରିଆ ଓ କଙ୍କରଯୁକ୍ତ ଚଟାଣରେ ବାସ କରିଥାନ୍ତି । ଏହି ମହାସିର୍ ମାଛମାନଙ୍କୁ ‘ପବିତ୍ର’ ମାଛ ଭାବେ ମଧ୍ୟ ଭାରତର ଅନେକ ହିନ୍ଦୁ ମନ୍ଦିରରେ ପୂଜା କରାଯାଇଥାଏ । ଅତୀତତରେ ଓଡ଼ିଶାର ବ୍ରାହ୍ମଣୀ, ମହାନଦୀ ଓ ଶିମିଳପାଳ ଅଞ୍ଚଳରୁ ଏହି ମାଚ ପ୍ରଜାତିକୁ ଆବିଷ୍କାର କରାଯାଇଥିଲା । କେନ୍ଦ୍ରୀୟ ବିଶ୍ୱବିଦ୍ୟାୟର ଜୈବ ବିବିôଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ଡିନ ପ୍ରଫେସର ଶରତ କୁମାର ପଳିତାଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଦକ୍ଷିଣ ଓଡ଼ିଶାର ଇନ୍ଦ୍ରାବତୀ ନଦୀରୁ ଏହି ମାଛକୁ ସନ୍ଧାନ କରାଯାଇଛି ।