ଆଉ କିଛି ମିଳିଲାନି, ଶେଷରେ ଗୋଲାପ ଜାମୁନରେ କଲେ ପରଟା… ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଓଡ଼ିଶା ଭାସ୍କର: ଦିନକୁ ଦିନ ଯୁବପିଢ଼ିଙ୍କ ମଧ୍ୟରେ ‘ଫୁଡ୍ ବ୍ଲଗିଂ’ର କ୍ରେଜ୍ ବୃଦ୍ଧି ପାଇବାରେ ଲାଗିଛି । ବ୍ଲଗିଂ ଅର୍ଥ ରୋଜଗାରର ଏକ ପନ୍ଥା ମଧ୍ୟ ପାଲଟିଯାଇଛି । ଅଧିକାଂଶ ଖାଦ୍ୟ ପ୍ରେମୀ(food lovers) ଷ୍ଟ୍ରିଟ୍ ଫୁଡ୍ ବିଭିନ୍ନ ସ୍ଥାନର ଷ୍ଟ୍ରିଟ୍ ଫୁଡ୍ ଏକ୍ସପ୍ଲୋର କରିବାକୁ ପସନ୍ଦ କରିଥାନ୍ତି । ଆଉ କିଛି ଖାଦ୍ୟ ସହ ଭିନ୍ନ ଭିନ୍ନ ଏକ୍ସପେରିମେଣ୍ଟ କରିଥାନ୍ତି । ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯୋଉଁଥିରେ ଜଣେ ବ୍ୟକ୍ତି ପରଟା ସହ ଏକ ଏକ୍ସପେରିମେଣ୍ଟ କରିଛନ୍ତି । ଏହି ଭିଡିଓ ଦେଖି କିଛି ୟୁଜର ଅସନ୍ତୋଷ ପ୍ରକାଶ କରିବା ସହ କମେଣ୍ଟ ମଧ୍ୟ କରିଛନ୍ତି ।

ଅଧିକାଂଶ ବ୍ୟକ୍ତି ପରଟା ଖାଇବାକୁ ପସନ୍ତ କରିଥାନ୍ତି । ସାଧାରଣତଃ ପରଟାରେ ଆଳୁ, କୋବି, ପରିବା, ପନୀର ଇତ୍ୟାଦିର ଷ୍ଟଫିଙ୍ଗ୍ ବା ପୁର ଦିଆଯାଇଥାଏ । କିନ୍ତୁ କେବେ ଗୋଲାପ ଜାମୁନର ପୁର ଦିଆ ପରଟା ଦେଖିନଥିବେ କି ଖାଇନଥିବେ । taste_bird ନାମକ ଜଣେ ୟୁଜର ଏହି ଭିଡିଓକୁ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଏହି ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ଅଟା ଗୁଳାରେ ଗୋଲାପ ଜାମୁନ ପୁର ଦେଇ ପରଟା ପ୍ରସ୍ତୁତ କରୁଥିବାର ଦେଖାଦେଇଛି । ପରଟା ପ୍ରସ୍ତୁତ ହେବା ପରେ ଉପରେ ଚିନି ଶିରା ଦେଇ ସର୍ଭ କରୁଛନ୍ତି । ଏହି ଭିଡିଓକୁ ୪୪ ହଜାରରୁ ଅଧିକ ଲାଇକ୍ ମିଳିଥିବା ବେଳେ ୟୁଜର ବିଭିନ୍ନ ପ୍ରକାର କମେଣ୍ଟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଭାଇ କ’ଣ କରୁଛନ୍ତି ଆପଣ ?’ ଆଉ ଜଣେ ଲେଖିଛନ୍ତି, ‘ଚୁଲ୍ଲୁ ଭର୍ ଚାସନୀ ମୈ ଡୁବ୍ ମରୋ’ ।

 

View this post on Instagram

 

A post shared by SONIA NEGI (@taste_bird)