ନୂଆଦିଲ୍ଲୀ- ମହିଳାଙ୍କୁ ସଶକ୍ତ କରିବାକୁ କେନ୍ଦ୍ର ସରକାର ଦେଉଛନ୍ତି ୧୫ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ସିଲେଇ ମେସିନ ଯୋଗାଣ ଯୋଜନାରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ୧୫ ହଜାର ଟଙ୍କା ଦିଆଯାଉଛି । ଏଥିସହ ସେମାନଙ୍କୁ ମାଗଣା ତାଲିମ ପ୍ରମାଣ ପତ୍ର ତଥା ତାଲିମ ପାଇଁ ଦୈନିକ ୫୦୦ ଟଙ୍କା ଯୋଗାଉଛନ୍ତି ସରକାର ।
ମହିଳାଙ୍କ ବିକାଶରେ ସମାଜ ତଥା ରାଷ୍ଟ୍ରର ବିକାଶ । ଏହା ବୁଝିଛି ମୋଦି ସରକାର । ତେଣୁ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ କରିବାକୁ ଅନେକ ଯୋଜନାର ଶୁଭାରମ୍ଭ କରାଯାଇଛି । ଏଥିରେ ଗୋଟିଏ ପ୍ରଧାନମନ୍ତ୍ରୀ ସିଲେଇ ମେସିନ ସ୍କିମ । କୌଣସି ମହିଳା ପୋଷାକ ସିଲେଇ ମାଧ୍ୟମରେ ସ୍ୱାବଲମ୍ବୀ ହେବାକୁ ଚାହୁଁଥିଲେ ଏହି ଯୋଜନାର ସୁଫଳ ନେଇ ପାରିବେ । ଏଥିରେ ରହିଛି ଅନେକ ପ୍ରୋତ୍ସାହନ ସୁବିଧା ।
ମହିଳାଙ୍କୁ ମେସିନ କିଣିବାକୁ ୧୫ ହଜାର ଟଙ୍କା ଦେବା ସହ ମାଗଣା ତାଲିମ, ତାଲିମ ସମୟରେ ଦୈନିକ ୫୦୦ ଟଙ୍କା ଦିଆଯାଉଛି । ତାଲିମ ଗ୍ରହଣ ପରେ ମହିଳାଙ୍କ ବ୍ୟବସାୟ ପାଇଁ ମୋଦି ସରକାର ୨ରୁ ୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରୁଛନ୍ତି । ତେଣୁ ମହିଳାମାନେ ଏହି ଯୋଜନାରେ ସାମିଲ ହୋଇ ନିଜକୁ ଆର୍ଥିକ ରୂପେ ସୂଦୃଢ କରିବା ସହ ନିଜ ପରିବାର ତଥା ଦେଶ ବିକାଶ ଦିଗରେ ଭାଗିଦାରୀ ହୋଇପାରିବେ ।