ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନର ନିୟମ ମୁତାବକ, ଜଣେ ଖାତାଧାରୀ ନିଜର ବ୍ୟାଙ୍କ ଆକାଉଣ୍ଟ ପାଇଁ କେବଳ ଜଣେ ମାତ୍ର ନୋମିନୀ ରଖିବାର ବ୍ୟବସ୍ଥା ରହିଛି । ଏହାର ଅର୍ଥ ହେଉଛି, ଖାତାଧାରୀଙ୍କ ମୃତ୍ୟୁ ପରେ ତାଙ୍କ ଖାତାରେ ଜମା ଥିବା ଶତ ପ୍ରତିଶତ ଅର୍ଥ ଉକ୍ତ ଜଣେ ନୋମିନୀଙ୍କୁ ଦିଆଯିବ । ତେବେ କେନ୍ଦ୍ର ସରକାର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଏହି ନିୟମ ଲାଗୁହେଲେ, ବ୍ୟାଙ୍କ ଗ୍ରାହକମାନେ ନିଜ ନିଜର ଆକାଉଣ୍ଟରେ ଜଣେ ବଦଳରେ ୪ ଜଣ ନୋମିନୀ ରଖିପାରିବେ ।
ସୂଚନା ମୁତାବକ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶବାସୀଙ୍କୁ ଏକ ବଡ଼ ଖୁସି ଖବର ଦେବାକୁ ଯାଉଛନ୍ତି । ବ୍ୟାଙ୍କରେ ନୋମିନୀ ସହ ଜଡ଼ିତ ନିୟମ ମଧ୍ୟରୁ ଏକ ବଡ଼ ସଂଶୋଧନ ପାଇଁ ସଂସଦରେ ବିଲ୍ ଆଗତ ହେବାକୁ ଯାଉଛନ୍ତି । ଏହି ବିଲ ଗୃହୀତ ହେବା ପରେ ଗ୍ରାହକମାନେ ନିଜର ଆକାଉଣ୍ଟରେ ୧ ବଦଳରେ ୪ ଜଣ ନୋମିନୀ ରଖିପାରିବେ । ତେବେ କାହାକୁ କାହାକୁ ନୋମିନୀ ରଖାଯିବ, ତାହା ସମ୍ପୃକ୍ତ ଗ୍ରାହକ ହିଁ ସ୍ଥିର କରିବେ ।
ବର୍ତ୍ତମାନ ରହିଥିବା ନିୟମ ଅନୁସାରେ, ବ୍ୟାଙ୍କ ଗ୍ରାହକ ନିଜ ଆକାଉଣ୍ଟ ପାଇଁ କେବଳ ଜଣେ ମାତ୍ର ନୋମିନୀଙ୍କୁ ରଖିବାର ବ୍ୟବସ୍ଥା ରହିଛି । ଏହି ନିୟମ ସଂଶୋଧନ ହେବା ପରେ ଗ୍ରାହକମାନେ ନିଜ ଆକାଉଣ୍ଟରେ ୧ ବଦଳରେ ୪ ଜଣ ନୋମିନୀଙ୍କୁ ରଖିବାର ବ୍ୟବସ୍ଥା ରହିବ । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ଏହି ବିଲ ସଂସଦରେ ଆଗତ କରାଯାଇଥିଲା । ମାତ୍ର ଏହାକୁ ପୁନର୍ବାର ଶୀତକାଳୀନ ଅଧିବେଶନ ପାଇଁ ଲିଷ୍ଟ କରାଯାଇଥିଲା । ଏହି ନିୟମ ଲାଗୁ ହେଲେ, ଗ୍ରାହକ ତାଙ୍କର ମୃତ୍ୟୁ ପରେ କାହାକୁ କେତେ ଟଙ୍କା ଦେବାକୁ ଚାହୁଁଛନ୍ତି ତାହା ସ୍ଥିର କରିବେ । ଆଇସିଆଇସିଆଇ ବ୍ୟାଙ୍କର ପ୍ରମୋଦ ରାଓ ନାମକ ଜଣେ ଅଧିକାରୀ ଏକାଧିକ ନୋମିନୀ ରଖିବାର ଆଇଡିଆ ଦେଇଥିବା ଏକ ରିପୋର୍ଟରେ କୁହାଯାଇଛି ।