ସିଣ୍ଡିକେଟ ବୈଠକରେ ବଡ଼ ନିଷ୍ପତ୍ତି: ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ମିଳିବ ପଦୋନ୍ନତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କୁ ମିଳିବ ପଦୋନ୍ନତି । ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅଧ୍ୟାପକ / ଅଧ୍ୟାପିକାଙ୍କୁ ମିଳିବ ପ୍ରମୋସନ । ନିକଟରେ ବସିଥିବା ସିଣ୍ଡିକେଟ ବୈଠକରେ ବିଭିନ୍ନ ସମସ୍ୟାର ସମାଧାନର ବାଟ ଫିଟିଛି । ବିଶ୍ୱବିଦ୍ୟାଳୟର ଅଧ୍ୟାପକ / ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । କର୍ମଚାରୀଙ୍କୁ ପଦୋନ୍ନତି ମିଳିବା ସହ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ତଥା ବୌଦ୍ଧିକ ବିକାଶ ପାଇଁ ପାଠ୍ୟକ୍ରମ ବ୍ୟତୀତ ଅନ୍ୟାନ୍ୟ ଶିକ୍ଷା ଦିଆଯିବ ।

ଏଥିସହିତ ବିଭିନ୍ନ ସାଂସ୍କୃତିକ ମହୋତ୍ସବ ସହ ବିଭିନ୍ନ ବିଭାଗରେ ଜାତୀୟସ୍ତରୀୟ କର୍ମଶାଳା କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ଫଳରେ ନାକ୍ ଗ୍ରେଡେସନ ପାଇଁ ସହାୟକ ହୋଇ ପାରିବ ବୋଲି କୁହାଯାଇଛି । ସେହିପରି ଦୀର୍ଘବର୍ଷ ହେଲା ସ୍ୱଳ୍ପ ଟଙ୍କାରେ ଖାତା ମୂଲ୍ୟାୟନ କରାଯାଉଥିବା ବେଳେ ଏଥର ଅନ୍ୟ ୟୁନିଭରସିଟି ଭଳି ଖାତା ମୂଲ୍ୟାୟନ ରାଶି ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ହୋଇଛି । ବିଶ୍ୱବିଦ୍ୟାଳୟର କୁଳପତି ଏ ବାବଦରେ ସୂଚନା ଦେଇଛନ୍ତି ।