ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ଟାସ୍କଫୋର୍ସ ଗଠନ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯାଇଛି । ଏ ନେଇ ବିଧାନସଭାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇମନ୍ତ୍ରୀ ବିଭୁତି ଜେନା ଓ ଗୋକୁଳାନନ୍ଦ ମଲ୍ଲିକ ରହିବେ ସଦସ୍ୟ । କନ୍ଧମାଳ ଓ ନବରଙ୍ଗପୁର ସାଂସଦଙ୍କ ସହ ୫ ବିଧାୟକ ସଦସ୍ୟ ଏବଂ ୩ ସରକାରୀ ଅଧିକାରୀଙ୍କୁ ସ୍ଥାୟୀ ସଦସ୍ୟ ନିଯୁକ୍ତି କରାଯାଇଛି । ଦକ୍ଷିଣାଞ୍ଚଳ, କେନ୍ଦ୍ରଞ୍ଚଳ ଆରଡିସିଙ୍କ ସହ ଡବୁ୍ୟଓଠଡିସିର ମୁଖ୍ୟ ନିର୍ବାହୀ ଅଧିକାରୀ ସାମିଲ ହେବେ । ପରିଷଦରେ କେତେ ଜିଲ୍ଲା ଓ ବ୍ଲକ୍ ରହିବ ସେ ନେଇ ରିପୋର୍ଟ ପ୍ରସ୍ତୁତ କରାଯିବ । ୩୦ ଦିନ ଭିତରେ ଏହି ରିପୋର୍ଟ ଦାଖଲ କରିବ ଟାସ୍କଫୋର୍ସ ।