Google Storage କୁ ବଢାଇବାର ଏହା ହେଉଛି ସହଜ ଉପାୟ, ଖର୍ଚ୍ଚ କରିବାକୁ ପଡିବନି ଟଙ୍କା

ନୂଆଦିଲ୍ଲୀ: ଆଜିକାଲିର ଡିଜିଟାଲ ଯୁଗରେ ସମସ୍ତେ ନିଜ ଫାଇଲ, ଫଟୋ, ଭିଡିଓ ଏବଂ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରଖିବା ପାଇଁ କ୍ଲାଉଡ ଷ୍ଟୋରେଜର ସାହାର ନେଉଛନ୍ତି। ଗୁଗଲ ଡ୍ରାଇଭ ମଧ୍ୟ ଏପରି ଏକ ସେବା, ଯାହା ୧୫ ଜିବିର ଫ୍ରୀ ଷ୍ଟୋରେଜ ପ୍ରଦାନ କରିଥାଏ। ହେଲେ ଯେବେ ଏହି ଷ୍ଟୋରେଜ ଫୁଲ ହୋଇଯାଇଥାଏ , ସେନେ ନୂଆ ଫାଇଲ ସେଭ କରିବାକୁ ଅସୁବିଧା ହୋଇଥାଏ। ଭଲ କଥା ହେଉଛି ଯେ, ବିନା ଟଙ୍କା ଖର୍ଚ୍ଚ କରି ଆପଣ ନିଜ ଗୁଗଲ ଷ୍ଟୋରେଜକୁ ସହଜରେ ବଢାଇପାରିବେ।

ସର୍ବପ୍ରଥମେ, ନିଜ ଗୁଗଲ ଡ୍ରାଇଭ, ଜିମେଲ ଏବଂ ଗୁଗଲ ଫଟୋଜର ଭଲଭାବେ ନିରିକ୍ଷଣ କରନ୍ତୁ। ଅନେକଥର ଅନାବଶ୍ୟକ ଇମେଲ, ବଡ଼ ଅଟାଚମେଣ୍ଟ ଏବଂ ଡୁପ୍ଲିକେଟ ଫାଇଲ ଷ୍ଟୋରେଜ ଭରିଦେଇଥାଏ। ଜିମେଲକୁ ଯାଇ ‘ସର୍ଚ୍ଚ ବାର’ରେ has:attachment larger:10M ଟାଇପ କରନ୍ତୁ। ଏଥିରେ ଆପଣଙ୍କୁ ବଡ଼ ଆଟାଚ ମେଣ୍ଟର ଇମେଲ ମିଳିଯିବ, ଯାହାକୁ ଆପଣ ଡିଲିଟ କରିପାରିବେ।

ଗୁଗଲ ଫଟୋଜରେ ହାଇ-କ୍ୱାଲିଟି ବ୍ୟାକଅପର ବିକଳ୍ପ ଚୟନ କରନ୍ତୁ। ଏହି ସେଟିଂ ଫଟୋଜ ଏବଂ ଭିଡିଓକୁ କଂପ୍ରେସ କରିଦେଇଥାଏ, ଯେଉଁଥିରେ କମ ଷ୍ଟୋରେଜର ଆବଶ୍ୟକତା ହୋଇଥାଏ। କ୍ୱାଲିଟିରେ ଅଧିକ ପାର୍ଥକ୍ୟ ନଥାଏ।

ଗୁଗଲ ଡ୍ରାଇଭର “Shared With Me” ସେକ୍ସନରେ ଅନ୍ୟ ଲୋକଙ୍କ ଦ୍ୱାରା ଜାରି କରାଯାଇଥିବା ଫାଇଲ୍ସକୁ ଚେକ୍ କରନ୍ତୁ। ଯେଉଁ ଫାଇଲ୍ସ ଆପଣଙ୍କ ପାଇଁ ଅନାବଶ୍ୟକ, ତାକୁ ଅନସେୟାର କରନ୍ତୁ। ଏଥିରେ ଆପଣଙ୍କ ଷ୍ଟୋରେଜ ଉପରେ ପ୍ରେସର ପଡିବ ନାହିଁ।

ଗୁଗଲର ଷ୍ଟୋରେଜ ମ୍ୟାନେଜର ଟୁଲ ଆପଣଙ୍କ ରଷ୍ଟାରେଜର ବିସ୍ତୃତ ବିବରଣ ୀ ଦେଖାଇଥାଏ। ଏହି ଟୁଲ ଆପଣଙ୍କ ବଡ଼ ଏବଂ ଅନାବଶ୍ୟକ ଫାଇଲକୁ ସହଜରେ ଖୋଜି, ଏହାକୁ ଡିଲିଟ କରିବାରେ ସାହାଯ୍ୟ କରିଥାଏ।