ଖୁସି ଖବର, ଓଡ଼ିଶାକୁ ୭୩,୭୨୩ କୋଟିର ଉପହାର: ଆରମ୍ଭ ହେବ ୮ଟି ନୂଆ ରେଳ ପ୍ରକଳ୍ପ

ଭୁବନେଶ୍ୱର: ଓଡ଼ିଶାକୁ ଏକ ବଡ଼ ଉପହାର ଦେଇଛି କ୍ୟାବିନେଟ । ଓଡ଼ିଶାରେ ୮ଟି ନୂଆ ରେଳ ପ୍ରକଳ୍ପ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି । ରାଜ୍ୟରେ ରେଳ ବିକାଶ କରିବା ପାଇଁ ମୋଟ ୭୩,୭୨୩ କୋଟି ଟଙ୍କାର ମଞ୍ଜୁରୀ ଦେଇଛନ୍ତି ସରକାର । ଏହି ତାଲିକାରେ ସର୍ବପ୍ରଥମେ ରହିଛି ରାୟଗଡ଼ା ରେଳ ପ୍ରକଳ୍ପ । ରେଳମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ମଧ୍ୟ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ ହୋଇଛି ।

ପୂର୍ବ ଭଳି ପୂର୍ବତଟ ରେଳପଥରେ ମୋଟ ୩ଟି ରେଳମଣ୍ଡଳ ରହିବ । ଓଡ଼ିଶାର ୫୯ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଛି । ଅମୃତ ଷ୍ଟେସନ ଯୋଜନାରେ ଏହି ପୁନର୍ବିକାଶ କରୁଛନ୍ତି ସରକାର । ନୂତନ ରେଳ ଲାଇନ୍ ତାଲିକାରେ ଗୁଣୁପୁର-ଥେରୁବାଲି ରେଳ ପ୍ରକଳ୍ପ ସାମିଲ ରହିଛି । ସେହିପରି ଜୁନାଗଡ଼ ରୋଡ଼- ନବରଙ୍ଗପୁର ଏବଂ ମାଲକାନାଗିରି-ପଣ୍ଡୁରଙ୍ଗାପୁରମ ନୂତନ ରେଳ ଲାଇନ୍ ମଧ୍ୟ ଏହି ତାଲିକାରେ ରହିଛି । ବାଦାମପାହାଡ଼-କେନ୍ଦୁଝରଗଡ଼ ସହିତ ବାଙ୍ଗିରିପୋଷି- ଗୋରୁ ମହିଷାଣୀ ନୂଆ ରେଳ ପ୍ରକଳ୍ପକୁ କ୍ୟାବିନେଟ ମୋହର ଲାଗିଛି । ଅନ୍ୟପକ୍ଷରେ ବୁଡ଼ାମରା-ଚାକୁଳିଆ ରେଳ ପ୍ରକଳ୍ପ ଏବଂ ସରଡ଼େଗା-ଭାଲୁମୁଡା ନୂତନ ଦୋହରୀକରଣ ରେଳ ଲାଇନ୍ ଏହି ତାଲିକାରେ ରହିଛି ।

  • ରାୟଗଡ଼ା ରେଳ ପ୍ରକଳ୍ପ
  • ଗୁଣୁପୁର-ଥେରୁବାଲି ରେଳ ପ୍ରକଳ୍ପ
  • ଜୁନାଗଡ଼ ରୋଡ଼- ନବରଙ୍ଗପୁର ରେଳ ଲାଇନ୍
  • ମାଲକାନାଗିରି-ପଣ୍ଡୁରଙ୍ଗାପୁରମ ନୂତନ ରେଳ ଲାଇନ୍
  • ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳ ଲାଇନ୍
  • ବାଙ୍ଗିରିପୋଷି- ଗୋରୁ ମହିଷାଣୀ ନୂଆ ରେଳ ପ୍ରକଳ୍ପ
  • ବୁଡ଼ାମରା-ଚାକୁଳିଆ ରେଳ ପ୍ରକଳ୍ପ
  • ସରଡ଼େଗା-ଭାଲୁମୁଡା ନୂତନ ଦୋହରୀକରଣ ରେଳ ଲାଇନ୍