ନୂଆଦିଲ୍ଲୀ: କରୋନା ଏବଂ ମଙ୍କିପକ୍ସକୁ ସାମନା କରି ବିଜୟ ହାସଲ କରିଛି ପୃଥିବୀ । ଏଭଳି ଦୁଇଟି ଭୟଙ୍କର ରୋଗକୁ ଅତିକ୍ରମ କରି ଆମେରିକା ଏବଂ ଭାରତ ଭଳି ରାଷ୍ଟ୍ର ସ୍ୱାସ୍ଥ୍ୟ ଏବଂ ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । କିନ୍ତୁ ଏବେ ଆଉ ଏକ ରୋଗ ଚିକିତ୍ସା ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି । କେବଳ ଆଖିରେ ଦେଖାଯାଉଥିବା ଏହି ରୋଗକୁ ଅଣଦେଖା କରିବା ଭୟଙ୍କର ପରିଣାମ ହୋଇପାରେ । ଆଖିରେ ଏହି ସମସ୍ୟା ଦେଖା ଯିବାର ମାତ୍ର ୮ ଦିନ ଭିତରେ ହିଁ ରୋଗୀଙ୍କର ମୃତ୍ୟୁ ହେଉଥିବା କୁହାଯାଉଛି । ଶରୀରରେ ଏହି ଭାଇରସର ବିଭିନ୍ନ ଲକ୍ଷଣ ଦେଖିବାକୁ ମିଳିଥାଏ । ଏହି ରୋଗରେ ମୃତ୍ୟୁର ସମ୍ଭାବନା ମଧ୍ୟ କୁବ ଅଦିକ ରହିଥିବାରୁ ଏହି ରୋଗକୁ ନେଇ ଭୟଙ୍କ ଦେଖାଦେଇଛି ।
ଆଫ୍ରିକାର ରୱାଣ୍ଡାରେ ମାରବର୍ଗ ଭାଇରସ ନାମକ ଏକ ରୋଗ ସ୍ୱାସ୍ଥ୍ୟ ବିଭାଗକୁ ଚାଲେଞ୍ଜ କରିଛି । ଏଥିରେ ସଂକ୍ରମିତ ୬୬ ଜଣଙ୍କ ମଧ୍ୟରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇସାରିଛି । ପ୍ରଥମେ ଆସିଥିବା ମାମଲାରେ ୨୪-୮୮% ପର୍ଯ୍ୟନ୍ତ ମୃତ୍ୟୁହାର ରହିଥିଲା । ଏହି ଭାଇରସର ଭୟାବହତା ଏହି ହାରରୁ ଅନୁମାନ କରାଯାଇପାରେ । ମାରବର୍ଗରୁ ସଂକ୍ରମିତ ହେବା ପରେ ପ୍ରଥମେ ରୋଗୀଙ୍କୁ ଜ୍ୱର ହୋଇଥାଏ ଏବଂ ଏହାପରେ ଭାଇରସ ଶରୀରରେ ବ୍ୟାପି ଯାଇଥାଏ । ଏହା ଶରୀରର ଇମ୍ୟୁନିଟି ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇଥାଏ । ଏଥିରେ ଶରୀରର କୌଣସି ଅଙ୍ଗ ରକ୍ତବର୍ଣ୍ଣ ହୋଇଯାଏ ।
ଦିଲ୍ଲୀର ଜିଟିବି ହସ୍ପିଟାଲର ମେଡିସିନ୍ ବିଭାଗରେ ଡା. ଅଜିତ କୁମାର କହିଛନ୍ତି ଯେ, ମାରବର୍ଗ ଭାଇରସ ସଂକ୍ରମିତଙ୍କ ରକ୍ତଚାପ କମ୍ ହୋଇଥାଏ । ଏହାସହିତ ରୋଗୀଙ୍କ ଶରୀରରେ ଅମ୍ଳଜାନର ଅଭାବ ମଧ୍ୟ ହୋଇଥାଏ । ଅନେକ ସମୟରେ ଇଣ୍ଟରନାଲ ବ୍ଲିଡିଙ୍ଗ ହୋଇଥାଏ ଏବଂ ଏହା ମୃତ୍ୟୁର କାରଣ ପାଲଟିଯାଏ । ଡକ୍ଟର ଅଜିତ କହିଛନ୍ତି ଯେ, ମାରବର୍ଗରେ ସଂକ୍ରମିତ ହେବା ପରେ ଯଦି ଜଣେ ରୋଗୀ ଶରୀରର ଯେକ କ୍ଟ୍ରବକ୍ସଗ୍ଧ ଣସି ଅଂଶରୁ ରକ୍ତସ୍ରାବ ଆରମ୍ଭ କରନ୍ତି, ତେବେ ରୋଗୀର ଜୀବନ ବଞ୍ଚାଇବା କଷ୍ଟକର ହୋଇଯାଏ। ଏପରି ପରିସ୍ଥିତିରେ ଲକ୍ଷଣ ଦେଖାଯିବାର ଆଠରୁ ୯ ଦିନ ମଧ୍ୟରେ ମୃତ୍ୟୁ ହୋଇପାରେ । ତେବେ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ଚିକିତ୍ସା ଉପାୟ ମିଳି ପାରିନାହିଁ ।
କିପରି ବ୍ୟାପିଥାଏ?
ମାରବର୍ଗ ଭାଇରସ ‘ରୋଜେଟ ବ୍ୟାଟ୍’ମାନଙ୍କ ଦ୍ୱାରା ମଣିଷ ଶରୀରକୁ ବ୍ୟାପିଥାଏ । ଏହି ଭାଇରସ ସଂକ୍ରମିତ ବାଦୁଡ଼ିଙ୍କ ଲାଳ, ମୁତ୍ର ଏବଂ ମଳ ଇତ୍ୟାଦିରୁ ମିଳିଥାଏ । ଏହି ରୋଗ ସଂକ୍ରମିତ ବ୍ୟକ୍ତିଙ୍କ ପାଖରୁ ଅନ୍ୟ ମାନଙ୍କୁ ମଧ୍ୟ ବ୍ୟାପିପାରେ । ସଂକ୍ରମିତଙ୍କ ଲାଳ, ରକ୍ତ ଏବଂ ସେମାନଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ଜିନିଷ ଦ୍ୱାରା ଭାଇରସ ବ୍ୟାପିପାରେ । ତେବେ ପଲିମରେଜ ଚେନ୍ ରିଆକ୍ସନ, ଆଇଜିଏମ-କ୍ୟାପଚର ଏଲିସା ଏବଂ ଆଣ୍ଟିଜେନ-କ୍ୟାପଚର ଏଲିସା ଟେଷ୍ଟ ଦ୍ୱାରା ସଂକ୍ରମଣ ଚିହ୍ନଟ ହୋଇପାରିବ ।
କିପରି ପାଇବେ ରକ୍ଷା?
- ଆଫ୍ରିକା ଦେଶକୁ ଯାତ୍ରା କରନ୍ତୁ ନାହିଁ
- ସଂକ୍ରମିତ ବ୍ୟକ୍ତିଙ୍କ ପାଖରୁ ଦୂରେଇ ରୁହନ୍ତୁ
- ଫ୍ଲୁ’ର ଲକ୍ଷଣ ଦେଖିବା ମାତ୍ରେ ଚିକିତ୍ସା କରାନ୍ତୁ
- ଘରେ ସଫା-ସୁତୁରାର ଧ୍ୟାନ ରଖନ୍ତୁ