Video: ଛୁଆ ପାଇଁ ଜୀବନ ଦେବାକୁ ଆଗେଇ ଆସିଲା ମା’, ବାଛୁରୀକୁ ବିପଦରେ ଦେଖି ନିଆଁରେ ଶୋଇ ପଡ଼ିଲା ଗାଈ

ଭୁବନେଶ୍ୱର: ଏକ ପ୍ରାଣୀର ଜୀବନ ମାଆ ମାଧ୍ୟମରେ ହିଁ ଏ ସଂସାରକୁ ଆସିଥାଏ। ହେଲେ କେବଳ ଜୈବ ଦୃଷ୍ଟି କୋଣରୁ ଜନ୍ମ ଦେବାରେ ସୀମିତତା କ’ଣ ମାତୃତ୍ୱ ? ମାତୃତ୍ୱର ସ୍ବରୂପ ଓ ବିସ୍ତାର ଅନେକ । ଜନ୍ମ ଦେଇ ଲାଳନପାଳନ କରିବା, ସେବା କରିବା, ନିଜକୁ ନିଃଶେଷ କରି ଅନ୍ୟକୁ ସମୃଦ୍ଧ କରିବା ମାତୃତ୍ୱର ରୂପ। ଯାହାର ଏକ ବଳିଷ୍ଠ ଉଦାହରଣ ଆଜି ଆପଣଙ୍କ ପାଖରେ ରଖୁଛୁ । ଯେଉଁଠି ଏକ ଗାଈ ନିଜର ବାଛୁରୀକୁ ବଞ୍ଚେଇବା ପାଇଁ ଅଗ୍ନିରେ ଧାସଦେଲା । ନିଜ ଛୁଆକୁ ବିପଦରେ ଦେଖି ମୃତ୍ୟୁକୁ ଆଦରି ନେବାକୁ ପଛାଇଲାନି ଗାଈ ।

ସତରେ ଆଜିର ସମାଜକୁ ଏକ ବଡ଼ ଶିକ୍ଷା ଦେଲା ଏହି ମା । ଗଣମାଧ୍ୟରେ ସବୁଦିନ ପ୍ରସାରିତ ହେଉଛି କେଉଁଠି ନିଜ ସ୍ୱାର୍ଥ ପାଇଁ ଛୁଆ ବିକି ଦେଲାଣି ତ କେଉଁଠି ନିଜ ଛୁଆକୁ ମାରିଦେଲାଣି । କହିବାକୁ ଗଲେ ଆମ ସମାଜରେ ଦିନକୁ ଦିନ ଏପରି ଅପରାଧ ବଢ଼ିବାରେ ଲାଗିଛି । କେତେ ଖବର ଗଣମାଧ୍ୟମରେ ଆସୁଛି । ଏଠି ଆଉ ଏକ କଥା ମଧ୍ୟ କହି ରଖୁଛୁ । ଯଦି ପଶୁ ହୋଇ ଗୋଟେ ମା, ନିଜ ଛୁଆ ପାଇଁ ଜୀବନ ଦେବାକୁ ପଛାଉ ନାହିଁ । ତାହା ହେଲେ ମଣିଷ ଏମିତି କାହିଁ କରୁଛି । ମଣିଷ କଣ ପଶୁ ଠାରୁ ହୀନ ହୋଇଗଲେଣି ।

 

View this post on Instagram

 

A post shared by Dip&Draw (@dipanddrawtejashree)

ଭିଡିଓଟି ସୋମିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି । ଏଥିରେ ତେଲୁଗୁ ଭାଷାରେ କିଛି ଲେଖା ଥିବା ବେଳେ ତେଲୁଗୁ ଗୀତ ବ୍ୟାକଗ୍ରାଉଣ୍ଡରେ ବାଜୁଥିବା ଶୁଣିବାକୁ ମିଳୁଛି । ଭିଡିଓ ଟିକୁ ଅନେକ ଲୋକ ଲାିକ କରିବା ସହ କମେଣ୍ଟ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।