10 ତାରିଖ ବେଳକୁ ବଢିବ ଶୀତ, ଜାଡରେ ଥରିବ ଓଡିଶା!

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଶୀତର ଲହରି ଆରମ୍ଭ ହୋଇଥିବା ବେଳେ ଅନ୍ୟ 2 ଦିନ ହେବ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ବରେ ସର୍ବୋଚ୍ଚ ତାପମାତ୍ରା 31 ଡିଗ୍ରୀ ରହୁଥିବା ବେଳେ ସର୍ବନିମ୍ନ ତାପମାତ୍ରା 20 ଡିଗ୍ରୀ ରହୁଛି । ଏହାରି ଭିତରେ ପାଣିପାଗ ବିଭାଗ ପକ୍ଷରୁ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଆସନ୍ତା 5 ଦିନ ପରେ ପୁଣି ରାଜ୍ୟରେ କମିବ ତାପମାତ୍ରା । ଅର୍ଥାତ୍ ଆସନ୍ତା 10 ତାରିଖରେୁ ରାଜ୍ୟରେ ବଢିବ ଶୀତ ।

10 ତାରିଖ ବେଳକୁ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେବ । ଏହାର ପ୍ରଭାବରେ ଥଣ୍ଡାର ପ୍ରକୋପ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।  ଫଳରେ କିଛି ସ୍ଥାନରେ ତାପମାତ୍ରା 10 ଡିଗ୍ରୀ ତଳକୁ ମଧ୍ୟ ଖସିପାରେ । ଏହାସହିତ କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ହେବାର ସମ୍ଭାବନା ରହିଛି । 10 ତାରଖ ବେଳକୁ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ ବୋଲି କୁହାଯାଉଥିବା ବେଳେ କେତେ ବଢିବ ସେନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ ।