ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ର ରହିଛି । ଯେଉଁଥିରେ ସ୍ୱପ୍ନ ଶାସ୍ତ୍ର ମଧ୍ୟ ଗୋଟିଏ । ଯେଉଁମାନେ ସ୍ୱପ୍ନ ଶାସ୍ତ୍ର ବିଷୟରେ ଜାଣନ୍ତି ସେମାନେ ସ୍ୱପ୍ନର ପ୍ରକୃତ ଅର୍ଥ ବୁଝିପାରନ୍ତି । ସ୍ୱପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଥାଏ । ସିଧାସଳଖ କହିବାକୁ ଗଲେ ସ୍ୱପ୍ନ ଆଗାମୀ ଭବିଷ୍ୟତରେ ଘଟିବାକୁ ଥିବା ଘଟଣାର ସଙ୍କେତ ଦିଏ । ବେଳେବେଳେ ଶୋଇବା ଅବସ୍ଥାରେ ଆମେ ବର୍ଷା ହେଉଥିବା, ନଖ କାଟୁଥିବା, ନଦୀ , ସମୁଦ୍ର, ବଗିତା ଇତ୍ୟାଦି ସ୍ୱପ୍ନ ଦେଖିଥାଉ । ଅନେକ ସମୟରେ ଆମେ ସାପ ସ୍ୱପ୍ନ ବି ଦେଖୁ । ଆପଣ ଜାଣିଛନ୍ତି କି ସାପ ସ୍ୱପ୍ନ ଦେଖିବା ଭଲ କି ଖରାପ? ଚାଲନ୍ତୁ ଜାଣିବା ସେ ବିଷୟରେ କିଛି..
ସ୍ୱପ୍ନରେ କଳା ସାପ ଦେଖିବା ଶୁଭ ବୋଲି କୁହାଯାଏ । ଯଦି ଆପଣ କଳା ଓ ଧଳା ଉଭୟ ସାପ ଦେଖିଛନ୍ତି, ତେବେ ଏଗୁଡ଼ିକ ଭିନ୍ନ ସଙ୍କେତ ଦେଇଥାଏ । ଯଦି ଆପଣ କଳା ସାପ ଗୋଡ଼ାଉଥିବାର କିମ୍ବା ଘରେ ପଶୁଥିବାର ଦେଖିନ୍ତି ତେବେ ଏହି ସ୍ୱପ୍ନ ଶୁଭ ସଙ୍କେତ ଦିଏ । ଆପଣଙ୍କ ସମ୍ପତ୍ତି ବୃଦ୍ଧି, ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ଥାଏ କଳା ସାପ ଦେଖିଲେ । କିନ୍ତୁ ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖିବା ଅଶୁଭ ବୋଲି କୁହାଯାଏ । କଳା ସାପର ସ୍ୱପ୍ନ ଦେଖିବା ସମୃଦ୍ଧି ଦିଏ । ଯଦି ଆପଣ ସ୍ୱପ୍ନରେ ଅନେକଗୁଡ଼ାଏ ସାପ ଦେଖନ୍ତି ତେବେ ତାହା ମଧ୍ୟ ଅଶୁଭ ଘଟଣା ଘଟିବାର ଆଭାସ ଦିଏ ।