କନିଆଁକୁ ୨୬ ଓ ବରକୁ ୧୫, ଲୁଚାଛପା ବିବାହ ଚାଲୁଥିବା ବେଳେ ପହଞ୍ଚିଲା ପୋଲିସ, ଆଉ ତା’ ପରେ…

ଚଣ୍ଡିଗଡ଼: ଦେଶରେ ବାଲ୍ୟ ବିହାର ରୋକିବା ଦିଗରେ ସରକାର ଅନେକ ନିୟମ ପ୍ରରୟନ କରିଛନ୍ତି । କିନ୍ତୁ ଆଜି ବି ଅନେକ ସ୍ଥାନରେ ବେଆଇନ୍ ଭାବେ ବାଲ୍ୟ ବିବାହ କରାଇବାକୁ ପଛାଉନାହାନ୍ତି କିଛି ସ୍ୱାର୍ଥୀ ବ୍ୟକ୍ତି । ଅନେକ ସମୟରେ ବାଲ୍ୟ ବିବାହ ନାଁରେ ଶୋଷଣ ହେଉଥିବା ଭଳି ମାମଲା ମଧ୍ୟ ସାମ୍ନାକୁ ଆସୁଛି । ଏଥିମଧ୍ୟରେ ହରିୟାଣାର ଡିଡ୍‌ୱାଡା ଗାଁରେ ବାଲ୍ୟ ବିବାହର ଏକ ମାମଲାର ସାମ୍ନାକୁ ଆସିଛି ଯାହାର ପର୍ଦ୍ଦାଫାସ କରିଛନ୍ତି ଜିଲ୍ଲା ବାଲ୍ୟ ବିବାହ ନିଷେଧ ଅଧିକାରୀ ଏବଂ ତାଙ୍କ ଟିମ୍ ।

ସୂଚନାରୁ ପ୍ରକାଶ ହରିୟାଣାର ଡିଡ୍‌ୱାଡା ଗାଁରେ ଦୁଇ ପରିବାର ମିଶି ପିଲାଙ୍କ ବାଲ୍ୟ ବିବାହ କରାଉଥିଲେ । ଖବର ପାଇ ଜିଲ୍ଲା ବାଲ୍ୟ ବିବାହ ନିଷେଧ ଅଧିକାରୀ ସୁନୀତା ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିବାହ ଅଟକାଇଥିଲେ । ବରର ବୟସ ସମ୍ବନ୍ଧୀୟ ଦସ୍ତାବିଜ୍ ଯାଞ୍ଚ୍ ହେବାରୁ ଜଣାପଡ଼ିଥିଲା କି ତା’ ବୟସ ମାତ୍ର ୧୫ ବର୍ଷ ଏବଂ କନ୍ୟାର ୨୬ ବର୍ଷ । ବରଯାତ୍ରୀ ଉତ୍ତର ପ୍ରଦେଶର ଶାମଲୀ ଜିଲ୍ଲାରୁ ଆସିଥିବା ଜଣାପଡ଼ିଥିଲା । ଏହି ପରିପ୍ରେକ୍ଷୀରେ ବର ପକ୍ଷ ତର୍କ ଦେଇଥିଲେ କି ସେମାନେ ସରକାରଙ୍କ ନିୟମ ବିଷୟରେ ଅନବିଜ୍ଞ ଥିଲେ ଏବଂ ଅଜାଣତରେ ଏଭଳି ପଦକ୍ଷେପ ନେଇଛନ୍ତି । ବାସ୍ତବରେ ବରର ମାତା ପିତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନେକ ସମୟରେ ଠିକ୍ ରହୁନି । ତେଣୁ ଘରର ଦାୟିତ୍ୱ ତୁଲାଇବା ପାଇଁ ଏହି ବିବାହ ଆୟୋଜିତ କରୁଥିଲେ । ଆଇନର ଉଲଂଘନ ନ କରିବାକୁ ଉଭୟ ବର ଏବଂ କନ୍ୟା ପକ୍ଷଙ୍କୁ ଚେତାବନୀ ଦିଆଯାଇଥିଲା । ଏହା ପରେ ଉଭୟ ପକ୍ଷ ମହିଳା ସଂରକ୍ଷଣ ଏବଂ ବାଲ୍ୟ ବିବାହ ନିଷେଧ ବିଭାଗ ଅଧିକାରୀଙ୍କୁ ଲିଖିତରେ ଆଶ୍ୱାସନ ଦେଇଛନ୍ତି କି ସେମାନେ ସମସ୍ତ ନିୟମର ପାଳନ କରିବେ ଏବଂ ପୁଅ ସାବାଳକ ନହେବା ପୂର୍ବରୁ ବିବାହ କରାଇବେ ନାହିଁ । ଭାରତରେ ବାଲ୍ୟ ବିବାହ ନିଷେଧ ଆଇନ୍ ଅନୁଯାୟୀ ୧୮ ବର୍ଷରୁ କମ୍ ବୟସର ଝିଅ ଏବଂ ୨୧ ବର୍ଷରୁ କମ୍ ବର୍ଷର ପୁଅର ବିବାହ କରାଇବା ବେଆଇନ୍ ଅଟେ ।