SBIରେ ବମ୍ପର ନିଯୁକ୍ତି ସୁଯୋଗ: ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ବିଭିନ୍ନ ପଦ ପଦବୀରେ ନୂଆ ନିଯୁକ୍ତି କରିବ ଷ୍ଟେଟ ବ୍ୟାଙ୍କ । ଏ ନେଇ ନୋଟିଫିକେସନ ଜାରି ହୋଇସାରିଛି । ବ୍ୟାଙ୍କ ତରଫରୁ ଜୁନିୟର ଆସୋସିଏଟ୍ସ(କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ସ) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଲେହ ଏବଂ କାର୍ଗିଲ ଘାଟି(ଚଣ୍ଡୀଗଡ଼ ସର୍କଲ) ସମେତ ଲଦ୍ଦାଖ ୟୁଟି ପାଇଁ ଏହି ନିଯୁକ୍ତି ପ୍ରଦାନ କରିବ ଷ୍ଟେଟ ବ୍ୟାଙ୍କ । ଇଚ୍ଛୁକ ପ୍ରାର୍ଥୀ ବ୍ୟାଙ୍କର ଅଫିସିଆଲ ୱେବସାଇଟ sbi.co.inକୁ ଯାଇ ଏହି ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଏହାର ନୋଟିଫିକେସନ ମଧ୍ୟ ୱେବସାଇଟରେ ଉପଲବ୍ଧ ରହିଛି ।

ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର ୭ ତାରିଖରେ ଆରମ୍ଭ ହୋଇଛି । ତେବେ ଏହାର ଶେଷ ତାରିଖ ଡିସେମ୍ବର ୨୭ ତାରିଖ ବୋଲି ଦାର୍ଯ୍ୟ କରାଯାଇଛି । ଏହାପରେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ । ତେବେ ଏହି ପଦବୀ ପାଇଁ ପ୍ରାରମ୍ଭିକ ପରୀକ୍ଷା ଜାନୁୟାରୀ ଏବଂ ମୁଖ୍ୟ ପରୀକ୍ଷା ଫେବୃଆରୀ ୨୦୨୫ରେ ଆୟୋଜିତ ହୋଇପାରେ । ଏହି ଭର୍ତ୍ତି ଅଭିଯାନ ଜରିଆରେ ଜୁନିୟର ଆସୋସିଏଟ୍ସ(କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ସ)ରେ ମୋଟ ୫୦ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।

ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଯେକୌଣସି ମାନ୍ୟତା ପ୍ରାପ୍ତ ୟୁନିଭର୍ସିଟିରୁ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏସବିଆଇର ଏହି ଭର୍ତ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ତୀଙ୍କ ବୟସ ୨୦ ବର୍ଷରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଚୟନ ପ୍ରକ୍ରିୟାରେ ଅନଲାଇନ୍ ପରୀକ୍ଷା (ପ୍ରାରମ୍ଭିକ ଏବଂ ମୁଖ୍ୟ ପରୀକ୍ଷା) ଏବଂ ନିର୍ଦ୍ଦିଷ୍ଟ ଚୟନ ହୋଇଥିବା ସ୍ଥାନୀୟ ଭାଷା ପରୀକ୍ଷା ସାମିଲ ରହିବ ।

Steps:

  • ପ୍ରଥମେ ଏସବିଆଇର ଅଫିସିଆଲ ୱେବସାଇଟ sbi.co.in କୁ ଯାଆନ୍ତୁ
  • ବର୍ତ୍ତମାନ ସମ୍ବନ୍ଧିତ ଲିଙ୍କ ଉପରେ କ୍ଲିକ କରନ୍ତୁ
  • ଏହାପରେ ନିଜର ରେଜିଷ୍ଟ୍ରେସନ କରନ୍ତୁ
  • ଏହାପରେ ନିଜର ଆପ୍ଲିକେସନ ଫର୍ମ ପୂରଣ କରନ୍ତୁ ଏବଂ ସବମିଟ୍ କରନ୍ତୁ
  • ଶେଷରେ ଫର୍ମକୁ ଡାଉନଲୋଡ କରି ଏହାର ପ୍ରିଣ୍ଟଆଉଟ ରଖି ନିଅନ୍ତୁ