ମିଠା ପାନୀୟ ଶରୀର ପାଇଁ ବିପଦ: ଏହାକୁ ପିଇଲେ ଷ୍ଟ୍ରୋକ, ହାର୍ଟ ଆଟାକ୍ ପରି ଗମ୍ଭୀର ସମସ୍ୟା ଅତ୍ୟଧିକ ବଢ଼ିପାରେ- ରିସର୍ଚ୍ଚ
ନୂଆଦିଲ୍ଲୀ: ଦିନକୁ ଦିନ ମଣିଷ ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢ଼ୁଥିବା ବେଳେ ଅନ୍ୟପଟେ ବିଭିନ୍ନ ରୋଗକୁ ସାମ୍ନା କରୁଛି । ତେବେ ମଣିଷ ଗ୍ରହଣ କରୁଥିବା ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ଆଜି ତା’ ପାଇଁ ବିପଦ ସାଜିଛି । ପୂର୍ବରୁ ଏପରି ଅନେକ ଗବେଷଣା ଜନିତ ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏହା ମଧ୍ୟରେ ପୁଣି ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ମିଠା ପାନୀୟ ସେବନ କଲେ ମଣିଷ ଶରୀରର ଷ୍ଟ୍ରୋକ, ହାର୍ଟ ଆଟାକ ଓ ଏଟ୍ରିୟଲ ଫିବ୍ରିଲେଶନ ପରି ଗମ୍ଭୀର ହୃଦ ସମ୍ବନ୍ଧୀୟ ବିମାରୀର ଆଶଙ୍କା ଅତ୍ୟଧିକ ମାତ୍ରାରେ ବଢ଼ିବାର ସମ୍ଭାବନା ରହିଛି । ସ୍ୱିଡେନରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ସାମ୍ନାକୁ ଆସିଛି ।
ଗବେଷଣାଣା ଜଣାପଡ଼ିଛି ଯେ, ଅତ୍ୟଧିକ ମାତ୍ରାରେ ଚିନି ସେବନ କରିବା ଫଳରେ ଷ୍ଟ୍ରୋକ ବା ଏନ୍ୟୁରିଜମର ଆଶଙ୍କା ବଢ଼ିପାରେ । ତେବେ ଏହାର ବିପରୀତ ସୀମିତ ମାତ୍ରାରେ ଚିନି ସେବନ କଲେ ମଣିଷ ସୁରକ୍ଷିତ ରହିପାରେ । ମିଠା ପାନୀୟ ପଦାର୍ଥ ସେବନ କରିବା ଆମ ସ୍ୱାସ୍ଥ୍ୟ ପାଇଁ ଯେ କୌଣସି ଅନ୍ୟ ଅନ୍ୟ ପ୍ରକାର ଚିନି ଠାରୁ ଅଧିକ ହାନିକାରକ ବୋଲି ଫ୍ରଣ୍ଟିୟର୍ସ ଇନ ପବ୍ଲିକ ହେଲଥ ଜର୍ନାଲରେ ପ୍ରକାଶିତ ଏହି ରିସର୍ଚ୍ଚରେ କୁହାଯାଇଛି । ଲୁଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି, ମିଠା ପାନୀୟ ପଦାର୍ଥ ଯେଉଁଥରେ ତରଳ ଶର୍କରା ରହିଥାଏ, ତାହା ସାଧାରଣ ଭାବେ ମିଠାର ଅନ୍ୟ ବିକଳ୍ପ ତୁଳନାରେ କମ୍ ତୃପ୍ତି ପ୍ରଦାନ କରିଥାଏ । ଏହାଦ୍ୱାରା ଲୋକଙ୍କୁ ତୃପ୍ତିର ଅନୁଭବ ହୋଇନଥାଏ, ଫଳରେ ଏହାକୁ ଅଧିକ ସେବନ କରିବାର ସମ୍ଭାବନା ବଢ଼ିଯାଇଥାଏ । ଚିନିର ସେବନ ହୃଦରୋଗ ଆଶଙ୍କାକୁ କିପରି ପ୍ରଭାବିତ କରେ, ତାହା ଜାଣଇବା ପାଇଁ ଟିମ୍ ପକ୍ଷରୁ ୬୯,୭୦୫ ଜଣ ପ୍ରତିରୋଗୀଙ୍କୁ ସାମିଲ କରାଯାଇଥିଲା ।
ରିସର୍ଚ୍ଚରେ ମହୁ, ପେଷ୍ଟ୍ରି ବା କାର୍ବୋନେଟେଡ ପାନୀୟ ପରି ମିଠା ପାନୀୟ ଓ ସାତ ହୃଦୟ ସମ୍ବନ୍ଧୀୟ ରୋଗ ମଧ୍ୟରେ ଥିବା ସମ୍ବନ୍ଧକୁ ମୂଲ୍ୟାଙ୍କନ କରାଯାଇଥିଲା । ଦୁଇ ଅଲଗା ଅଲଗା ପ୍ରକାରର ଷ୍ଟ୍ରୋକ, ହାର୍ଟ ଆଟାକ, ହାର୍ଟ ଫେଲୁଅର, ଏଓର୍ଟିକ ଏନ୍ୟୁରିଜମ, ଏଟ୍ରିୟଲ ଫାଇବ୍ରେଲେଶନ ଓ ଏଓର୍ଟିକ ଷ୍ଟେନୋସିସ ପାଇଁ ଦାୟୀ ଅଟନ୍ତି । ୧୦ ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଏହି ରିସର୍ଚ୍ଚ ସମୟରେ ୨୫,୭୩୯ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ହୃଦରୋଗକୁ ଚିହ୍ନଟ କରାଯାଇଥିଲା । ସାଧାରଣ ଭାବେ ଚିନିର ଅଧିକ ସେବନ କରିବା ଫଳରେ ଇସ୍କେମିକ ଷ୍ଟ୍ରୋକ ଓ ଏବଡୋମିନଲ ଏଓର୍ଟିକ ଏନ୍ୟୁରିଜମର ଆଶଙ୍କା ବଢ଼ିଯାଇଥାଏ । ନକାରାତ୍ମକ ସ୍ୱାସ୍ଥ୍ୟ ପରିମାଣର ସବୁଠାରୁ ଅଧିକ ବିପଦ କମ୍ ସେବନରୁ ଆରମ୍ଭ ହୋଇଥିବା ରିସର୍ଚ୍ଚରେ କୁହାଯାଇଛି । ଅତ୍ୟନ୍ତ କମ୍ ଚିନିର ସେବନ ହୃଦୟ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ବା ଲାଭକାରୀ ହୋଇ ନପାରେ ବୋଲି ଏଥିରୁ ସ୍ପଷ୍ଟ ହେଉଛି ।