ପୁରୀ,୨୦ା୧୨(ଓଡ଼ିଶ।। ଭାସ୍କର): ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ସେହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସୁପ୍ରିମକୋର୍ଟଙ୍କ ୨୨ଟି ପ୍ରସ୍ତାବ ଉପରେ ଆଲୋଚନା ହେବା ସାଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ୧୫ଏକର ଜାଗା ଉପରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଏହାସହ ୬ଏକର ଜାଗାରେ ଭକ୍ତଙ୍କ ରହଣି ବ୍ୟବସ୍ଥା କରାଯିବ । ସେବାୟତଙ୍କୁ ନିଯୋଗ ମାଧ୍ୟମରେ ପରିଚୟପତ୍ର ଦିଆଯିବ । ଦ୍ୱାରଫିଟା ନୀତି ବିଳମ୍ବ ନେଇ ସେବାୟତ ତଦନ୍ତ ପରିସରଭୁକ୍ତ । ଦ୍ୱାର ନ ଫିଟାଇବାକୁ ନେଇ ଜଣେ ସେବାୟତ ରିପୋର୍ଟ ଦେଇଥିବା ବେଳେ ଆଉ ୨ଜଣ ସେବାୟତ ରିପୋର୍ଟ ଦେବାକୁ ବାକି ଅଛି । ନୀତିକାନ୍ତ ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ିବ ମନ୍ଦିର ପ୍ରଶାସନ ବୋଲି ସୂଚନା ମିଳିଛି । ଜାନୁଆରୀ ୩ ସୁଦ୍ଧା ସବୁ ରିପୋର୍ଟ ପ୍ରସ୍ତୁତକରି ସୁପ୍ରିମକୋର୍ଟକୁ ଦିଆଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ସୂଚନା ଦେଇଛନ୍ତି ।