ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛି । ତେବେ ନୂଆ ସରକାରକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଥିବା ଦେଖାଯାଉଛି । ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହା ମଧ୍ୟରେ କଳାହାଣ୍ଡି ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୦ ଜଣ ସରପଞ୍ଚ ଅନ୍ୟ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଜଣାପଡ଼ିଛି । ଏପରି ସ୍ଥିତିରେ ବିଜେଡି ଓ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା ।
ଜଣାପଡ଼ିଛି ଯେ, ବିଜେଡି ଓ କଂଗ୍ରେସ ଉପରୁ ଆସ୍ଥା ହରାଇ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକର ୨୦ ଜଣ ସରପଞ୍ଚ ପଦ୍ମ ଧରିଛନ୍ତି । ଗୋବିନ୍ଦ ନାଏକ, ବିକାଶ ପ୍ରଧାନ, ଅଙ୍କିତା ବେହେରା, ରମେଶ ନାଏକ, ଗୌରି ମିଶ୍ର, ପ୍ରମୋଦ ଯୋଶୀ, ଉର୍ମିଳା ଜାନି, ଗୀତାଞ୍ଜଳି ସାହୁ, ଆଦିତ୍ୟ କୁମାର ନାଏକ, ପ୍ରିୟାଙ୍କିନୀ ନାଏକ, ଲକ୍ଷ୍ମୀ ମାଝୀ, ସୁଷମା ସେନାପତି, ତପସ୍ୱିନୀ ସାହୁ, ବିଷ୍ଣୁପ୍ରିୟା ଦୁର୍ଗା, ରବିନାରାୟଣ ବେହେରା, ଯୁଦ୍ଦେଷ୍ଟି ନାଏକ, ମୁରଲୀ ପ୍ରଧାନ, ଦାସମତି ବେମାଲ, ଜ୍ୟୋର୍ତିମୟୀ ମାଝୀ, ଦିଗାମ୍ବର ଲୁହା ବିଜେପିରେ ସାମିଲ ହୋଇଥିଲେ । ଏନେଇ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ବରିଷ୍ଠ ନେତା ରଞ୍ଜନ ପଟେଲ, ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।