ୱାଶିଂଟନ୍: ଆମେରିକାର ଲୁନି ନିଜର ଗୋଟିଏ କିଡନୀ ୧୯୯୯ରେ ତାଙ୍କ ମା’ଙ୍କୁ ଡୋନେଟ୍ କରିଥିଲେ । ଏହାର କିଛିଦିନ ପରେ ଗର୍ଭଧାରଣ ସମୟରେ ହାଇବ୍ଲଡ୍ ପ୍ରେସର କାରଣରୁ ତାଙ୍କ ଶରୀରରେ ଥିବା ଗୋଟିଏ କିଡଡ଼ୀ ଫେଲ ହୋଇଗଲା । ୨୦୧୬ରୁ ତାଙ୍କର ଡାଏଲିସିସ୍ ଟ୍ରିଟ୍ମେଣ୍ଟ ଆରମ୍ଭ ହୋଇଥିଲା । ଲୁନିଙ୍କ ପାଇଁ ଡୋନୋର ମିଳୁ ନ ଥିଲେ । ବହୁ ଚେଷ୍ଟା କଲାପରେ ବି ସେ ସେଥିରେ ବିଫଳ ହୋଇଥିଲେ । କିନ୍ତୁ ଏହାର ଉପାୟ ବାହାର କରିବାକୁ ଯାଇ ଲୁନିଙ୍କ ଡାକ୍ତର ଏକ ପରୀକ୍ଷା ଆରମ୍ଭ କଲେ । ତା’ ପୁଣି ଘୁଷୁରି କିଡନୀକୁ ନେଇ । ୮ ବର୍ଷର ଅକ୍ଳାନ୍ତ ପରିଶ୍ରମ ପାରେ ଲୁନିଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅନୁମତି ମିଳିଲା ।
ଘୁଷୁରି ସେଲରେ ଗବେଷକମାନେ ୧୦ଟି ଜିନ୍ ଏଡିଟ୍ କଲେ । ଏହାର ପାଖାପାଖି ୮ ବର୍ଷ ପରେ ଘୁଷୁରି କିଡନୀ ଲୁନିଙ୍କ କିଡନୀ ପାଇଁ ଉପଯୁକ୍ତ ସାବ୍ୟସ୍ତ ହେଲା । ଏହାପରେ ଯାଇ ଲୁନିଙ୍କ ଦେହରେ ଏହାକୁ ଟ୍ରାନ୍ସପ୍ଲାଣ୍ଟ କରାଗଲା । ଅସ୍ତ୍ରୋପଚାରର ୧୧ ଦିନ ପରେ ଲୁନି ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଥିଲେ । ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା ତାଙ୍କ ଡାକ୍ତର କହିଛନ୍ତି ।