ଧାର୍ମିକ କାର୍ଯ୍ୟକ୍ରମରେ ହଠାତ୍ ଆରମ୍ଭ ହେଲା ଧାଁ ଦୌଡ

ମେରଟ– ଉତ୍ତର ପ୍ରଦେଶର ମେରଟରେ ଶିବ ମହାପୁରାଣ କଥା ଚାଲିଥିବା ବେଳେ ହେଲା ଦଳାଚକଟା । ଦଳାଚକଟାରେ ଅନେକ ମହିଳାଙ୍କ ସହ ବହୁ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଧାର୍ମିକ କର୍ମ ଆୟୋଜନ କରିଥିବା ଆୟୋଜକ କୌଣସି ବ୍ୟବସ୍ଥିତ ବ୍ୟବସ୍ଥା କରି ନ ଥିବାରୁ ଏମିତି ହୋଇଥିବା ଅଭିଯୋଗ ହେଉଛି ।

ସୂଚନା ମୁତାବକ ମେରଟର ପରତାପୁର ପଡିଆରେ ପଣ୍ଡିତ ପ୍ରଦୀପ ମିଶ୍ରାଙ୍କ ଦ୍ୱାରା ଶିବ ମହାପୁରାଣ ଚର୍ଚ୍ଚା ହେଉଥିଲା । ୫ମ ଦିନ ଅର୍ଥାତ୍ ଉଦଯାପନୀ ଉତ୍ସବରେ ପୋଲିସ ତରଫରୁ କୌଣସି ବ୍ୟବସ୍ଥା କରାଯାଇନଥିଲା । ଫଳରେ ପ୍ରବଳ ଜନଗହଳି ପାଇଁ ଲୋକଙ୍କ ଭିତରେ ଠେଲାପେଲା ଆରମ୍ଭ ହୋଇଥିଲା । ଏଥିରେ କିଛି ମହିଳା ଓ ବୟସ୍କ ତଳେ ପଡିଯାଇଥିଲେ । ଏହି ଦୁର୍ଘଟଣା ଗେଟ ୧ରେ ହୋଇଥିଲା ଓ ଲୋକଙ୍କ ପାଟି ଶୁଣି ଗ୍ରାମବାସୀ ଆସି ଉଦ୍ଧାର କାମ କରିଥିଲେ ।

ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ହସ୍ପିଟାଲ ନେଇଥିଲା । ସେମାନଙ୍କର ଚିକିତ୍ସା ଚାଲିଛି ।