କଟକ: ରାଜ୍ୟରେ ଖାଲିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗରେ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଜାରି କରିଚନ୍ତି । ଯୋଗ୍ୟତା ଭିତ୍ତିରେ ରାଜ୍ୟର ବିଭିନ୍ନ ସ୍କୁଲରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ ଦେଲେ ନିର୍ଦ୍ଦେଶ । ରାଜ୍ୟରେ ଖାଲିପଡ଼ିଛି ୬୩୦୦ କନିଷ୍ଠ ଶିକ୍ଷକ ପଦବୀ ।ରାଜ୍ୟରେ ୯ହଜାର ୨୦୦ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ଏହା ଆଧାରରେ ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖାଯାଇଛି । ପତ୍ର ଅନୁସାରେ ସହକାରୀ ଶିକ୍ଷକ ଗ୍ରେଡ୍ ଲେବଲ-୫ ପ୍ରାଥମିକ କ୍ୟାଡରଭୁକ୍ତ କରାଯାଇ ଶିକ୍ଷକମାନଙ୍କୁ ନିୟମିତ କରାଯିବ । ନିରବଚ୍ଛିନ୍ନ ଭାବେ ୬ ବର୍ଷ ଚାକିରୀ କରିଥିବେ ଏବଂ ସେମାନଙ୍କ ଶିକ୍ଷାଦାନରେ ସରକାର ସନ୍ତୁଷ୍ଟ ଥିବା ଶିକ୍ଷକମାନଙ୍କୁ ନିୟମିତ କରାଯିବ । ଶିକ୍ଷକମାନଙ୍କୁ ନିୟମିତ ପତ୍ର ଦେବା ପୂର୍ବରୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ତାଲିମ ପ୍ରମାଣପତ୍ର ଏବଂ ଜାତିଗତ ପ୍ରମାଣପତ୍ର ଯାଞ୍ଚ କରି ଦାଖଲ କରିବାକୁ କୁହାଯାଇଛି ।