(Video) ବିମାନରେ ଯାତ୍ରୀଙ୍କୁ ମାଗଣାରେ ଚାହା ବାଣ୍ଟିଲେ ଏହି ବ୍ୟକ୍ତି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଇଣ୍ଡିଗୋ ଏୟାରଲାଇନ୍ସର ଜଣେ ଯାତ୍ରୀ ଫ୍ଲାଇଟରେ ସହ ଯାତ୍ରୀମାନଙ୍କୁ ଚାହା ଦେଇଥିବା ନଜର ଆସିଛନ୍ତି । ଭିଡିଓ ଅନୁସାରେ, ଚାହା ବାଣ୍ଟୁଥିବା ବ୍ୟକ୍ତି ଇଣ୍ଡିଆନ ଚାହାବାଲା ନାମରେ ପରିଚିତ ଏବଂ ଇନଷ୍ଟାଗ୍ରାମରେ ତାଙ୍କର ୪୦,୦୦୦ରୁ ଅଧିକ ଫଲୋର୍ସ ଅଛନ୍ତି । ବ୍ୟକ୍ତିଜଣକ ଉଡାଣ ସମୟରେ ହିଁ ସୁଟ୍ କରିଛନ୍ତି ଏବଂ କେବିନ କ୍ରୁଙ୍କ ପକ୍ଷରୁ କୌଣସି ବିରୋଧ ବିନା ସେ ଏପରି କରିଛନ୍ତି ।

ଏହି ଭିଡିଓ @indian_chai_wala ପେଜରେ ମଧ୍ୟ ଭାଇରାଲ ହେଉଛି । ଏଠାରେ ୟୁଜର୍ସ ପ୍ରଶ୍ନ କରୁଛନ୍ତି ଯେ, ତାଙ୍କୁ ଫ୍ଲାଇଟରେ ଚାହା ଆଣିବାକୁ କିଏ ଅନୁମତି ଦେଲା । ଏହା ବ୍ୟତୀତ ତାଙ୍କୁ ଇଣ୍ଡିଗୋର କେବିନ କ୍ରୁ ଏବଂ ଫାଇଲଟମାନେ କାହିଁକି ରୋକିଲେ ନାହିଁ ।

 

View this post on Instagram

 

A post shared by Indianchai Wala (@indian_chai_wala)

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ନିଜ ହଟ ବଟଲରେ ଚାହାକୁ ନେଇ ଫ୍ଲାଇଟରେ ଯାତ୍ରା କରୁଛି । ଏହି ସମୟରେ ସେ ଚାହାକୁ ବାହାର କରି ଗ୍ଲାସରେ ଭରୁଛି ଏବଂ ଏହାକୁ ଅନ୍ୟ ଯାତ୍ରୀମାନଙ୍କୁ ପିଆଉଛି । ଲୋକେ ମଧ୍ୟ ସେ ଯାଚିଥିବା ଚାହା ମଦ୍ୟ ପିଉଛନ୍ତି ।