ଫସଲ ନଷ୍ଟ ପାଇଁ ସରକାରଙ୍କୁ ଦାୟି କଲେ ଚାଷୀ, ୨୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ସକ୍ରିୟ ହେବାରେ ଲାଗିଛି । ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପର ରୂପ ନେବ । ସୁଦୃଶ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି । ଉତ୍ତର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକା ମଧ୍ୟମ ଧରଣର ବର୍ଷା ସମ୍ଭାବନ ରହିଛି । ଖୋର୍ଦ୍ଧା, ଗଞ୍ଜାମ, ଗଜପତିରେ କାଲି ବର୍ଷା ହେବ । ୨୬ରୁ୨୭ ତାରିଖ ପର୍ଯ୍ୟନ୍ତ ଏହି ବର୍ଷା ଲାଗିରହିବ । ୨୮ ତାରିଖରୁ ରାଜ୍ୟରେ ବର୍ଷା ନ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅଦିନିଆ ବର୍ଷା ପାଇଁ ରାଜ୍ୟରେ ଚାଷୀ ହଇରାଣ ହୋଇଛନ୍ତି । ଠିକ୍ ସମୟରେ ବର୍ଷାର ପୂର୍ବାନୁମାନ ନ କରିବା ନେଇ କୃଷକ ସରକାରଙ୍କୁ ସମାଲୋଚନା କରିଛନ୍ତି । ଅନ୍ୟପକ୍ଷେ ରବି ଫସଲ ପାଇଁ ସମୟ ବତିଯାଇଥିବା କାରଣରୁ ରବି ଫସଲ ମଧ୍ୟ ଏବର୍ଷ ରାଜ୍ୟରେ ବନ୍ଦ ରହିବ । କଟା ହୋଇ ନ ଥିବା ଧାନ ବର୍ଷା ଯୋଗୁ ଗଜା ହୋଇଯାଇଥିବା । ଅନ୍ୟପଟେ ଚାଷୀଙ୍କ କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରିପୋର୍ଟ ସରକାରଙ୍କ ପାଖରେ ପହଞ୍ଚିବା ପରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।