ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ରରେ ଏମିତି ଅନେକ ଉପାୟ ବିଷୟରେ ବର୍ଣ୍ଣିତ ରହିଛି ଯାହା ବ୍ୟକ୍ତିଙ୍କ ଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ । ଏହି ନିୟମର ପାଳନ କରିବା ଦ୍ୱାରା ଜୀବନରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ଘରେ ସୁଖ, ସମୃଦ୍ଧି ଓ ଶାନ୍ତି ବୃଦ୍ଧି ପାଇଥାଏ ।
ଅପରପକ୍ଷରେ ନିୟମ ବିପରିତ ଗଲେ ବ୍ୟକ୍ତିକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅନେକ ଅଶୁଭ ସଂକେତକୁ ସୂଚାଇଥାଏ । ଫଳରେ ବ୍ୟକ୍ତି ସବୁବେଳେ ଚାପଗ୍ରସ୍ତ ରୁହେ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଲୁହା ମୁଦି ପିନ୍ଧିବାକୁ ନେଇ କିଛି ନିୟମ ରହିଛି । ଲୁହା ହେଉଛି ଏପରି ଏକ ଧାତୁ ଯାହା ମଙ୍ଗଳ ଗ୍ରହ ସହ ଜଡ଼ିତ । ଏହା ଉର୍ଜ୍ଜା, ସାହସ ଏବଂ ଜୀବନ ଶକ୍ତିକୁ ନିୟନ୍ତ୍ରିତ କରିଥାଏ । ଲୁହାର ମୁଦି କିମ୍ବା କଡ଼ା ଇତ୍ୟାଦି ଶନି ଦୋଷରୁ ମୁକ୍ତି ଦେଇଥାଏ ବୋଲି ବିଶ୍ୱାସ ରହିଛି ।
ଲୁହା ମୁଦି ପିନ୍ଧିଲେ ହେବ କ୍ଷତି:
– ଶନି ଦେବଙ୍କୁ ଅନୁଶାସନ ଏବଂ ଚ୍ୟାଲେଞ୍ଜର ପ୍ରତୀକ ଭାବେ ବିବେଚିତ କରାଯାଇଛି । ଯେଉଁ ବ୍ୟକ୍ତିଙ୍କ ଜାତକରେ ଶନି ମଜବୁତ ଅଛି ସେମାନେ ଲୁହା ମୁଦି ପିନ୍ଧିବା ଠାରୁ ଦୂରେଇ ରହିବା ଉଚିିତ । ସେମାନଙ୍କ ଜୀବନରେ ସମସ୍ୟା ଲାଗିରୁହେ ଏବଂ ଲାଭ ପରିବର୍ତ୍ତେ କ୍ଷତି ହୋଇଥାଏ ।
– ବ୍ୟକ୍ତିଙ୍କ ଜାତକରେ ରାହୁ- କେତୁଙ୍କ ସ୍ଥିତି ମଜବୁତ ଥିଲେ ଲୁହା ମୁଦି ଧାରଣ କରିବା ଉଚିତ ନୁହେଁ । ଏହା ଦ୍ୱାରା ଜୀବନରେ ଅସ୍ଥିରତା ଦେଖାଯିବା ସହ ନକରାତ୍ମକ ପ୍ରଭାବ ବୃଦ୍ଧି ପାଇଥାଏ ।
– ମଙ୍ଗଳ ଗ୍ରହକୁ କ୍ରୋଧ ଏବଂ ହିଂସାର କାରକ ଦେବତା ଭାବେ ବିବେଚିତ କରାଯାଇଛି । ବ୍ୟକ୍ତିଙ୍କ ଜାତକରେ ମଙ୍ଗଳଙ୍କ ସ୍ଥିତି ମଜବୁତ ଥିଲେ ଲୁହା ମୁଦି ପିନ୍ଧିବା ଉଚିତ ନୁହେଁ । ଜାତକରେ ମଙ୍ଗଳ ଦୋଷ ଥିଲେ ଏହା ବୈବାହିକ ଜୀବନ ପାଇଁ ଘାତକ ସାଜିପାରେ । ଜୀବନରେ ମଙ୍ଗଳର ନକରାତ୍ମକ ପ୍ରଭାବ ଜୀବନରେ ଦେଖାଦେଇଥାଏ ।