fbpx

ଖେଳ ଶେଷ, ଡାଏରୀ ଖୋଲିବ ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ !

ଭୁବନେଶ୍ୱର,୧୩ ।୭(ଓଡିଶା ଭାସ୍କର): ମାନବପ୍ରେମୀ ବା ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ କୁ ଅନେକ ଦିନ ବିତିଗଲେଣି ବି ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ବୋଲି ଆଜି ପର୍ଯ୍ୟନ୍ତ ଜଣାପଡିଲା ନାହିଁ । ଏହାରି ମଧ୍ୟରେ ମୃତ୍ୟୁ ପୂର୍ବରୁ ଆଦିତ୍ୟ ଲେଖିଥିବା ଡାଏରୀକୁ ନେଇ ଏବେ ଖୋଳତାଡ ଚାଲିଛି । ହ୍ୟାଣ୍ଡରାଇଟିଙ୍ଗ ବ୍ୟୁରୋକୁ ଆଦିତ୍ୟଙ୍କ ଡାଏରୀ ଯାଇଛି । ଡେଥ ନୋଟକୁ ସେ ନିଜେ ଲେଖିଥିଲେ ନା ଆଉ କିଏ ଲେଖିଛି ବୋଲି ବିବାଦ ସୃଷ୍ଟି ହୋଇଛି । ଡାଏରୀରେ କାହାର ହସ୍ତକ୍ଷର ଥିଲା ବୋଲି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଅନ୍ୟପଟେ ଯେଉଁ ଲିଙ୍ଗରାଜ ରେଳ ଷ୍ଟେସନ ପାଖରେ ତାଙ୍କ ମୃତଦେହ ମିଳିଥିଲା, ଜୁଲାଇ ୭ ତାରିଖ ସନ୍ଧ୍ୟା ୬ଟା ରୁ ରାତି ୧୦ ଭିତରେ ସେହି ରୁଟ ଦେଇ ଯାଇଥିବା ସମସ୍ତ ଟ୍ରେନର ତାଲିକା ମଧ୍ୟ ଚାଲିଆସିଛି ।

ଖୋର୍ଦ୍ଧା ରେଳ ଡିଭିଜନ ଜିଆରପିକୁ ଟ୍ରେନ ଯାତାୟତର ତାଲିକା ପ୍ରଦାନ କରିଛି । ଜୁଲାଇ ୭ ତାରିଖ ଘଟଣା ଘଟିବା ଦିନ ଲିଙ୍ଗରାଜ ଷ୍ଟେସନ ଦେଇ ସନ୍ଧ୍ୟା ୬ ଟା ରୁ ରାତି ୧୦ ଭିତରେ ମୋଟ ୭ ଟି ଟ୍ରେନ ଯାତାୟତ କରିଥିବା ଖୋର୍ଧା ରେଳ ଡିଭିଜନର ସୂଚନା ଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ ଟ୍ରେନ ଚାଳକ ନାଁ ଜିଆରପିକୁ ଖୋର୍ଧା ରେଳ ଡିଭିଜନ ପକ୍ଷରୁ ଦିଆଯାଇଛି । ଖୁବ ଶୀଘ୍ର ସେମାନଙ୍କୁ ଜିଆରପି ପଚରାଉଚୁରା କରିବ ବୋଲି ଜଣାପଡିବ ।

Get real time updates directly on you device, subscribe now.