fbpx

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ, ୧୩ା୭: ସମସ୍ତ କଳ୍ନନାଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ଏହି ୱେବସାଇଟରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଉପଲବ୍ଧ ହୋଇଛି । ପରୀକ୍ଷା ଫଳ ପ୍ରକାଶ ଓ ଛାତ୍ରଛାତ୍ରୀଙ୍କ ଶୁଭେଚ୍ଛା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ । ଚଳିତବର୍ଷ ୧୧ଲକ୍ଷ ୯୨ହଜାର ୯୬୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୦ଲକ୍ଷ ୫୯ହଜାର ୮୦ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ୯୨.୧୫ ପ୍ରତିଶତ ଛାତ୍ରୀ ଥିବା ବେଳେ ୮୬.୧୯ପ୍ରତିଶତ ଛତ୍ର ପାସ୍ ହୋଇଛନ୍ତି । ଏ ବର୍ଷର ପାସ ହାର ୮୮.୭୮ପ୍ରତିଶତ ରହିଛି । ଯାହା ଗତବର୍ଷ ତୁଳନାରେ ୫.୩୮ ପ୍ରତିଶତ ଅଧିକ । ରାଜଧାନୀ ଭୁବନେଶ୍ୱର ରିଜିଅନରେ ପାସ ହାର ୯୧.୪୭% ରହିଥିବା ବେଳେ ତ୍ରିଭେନ୍ଦ୍ରମରେ ସର୍ବାଧିକ ୯୬.୬୭ ପ୍ରତିଶତ ରହିଛି ।

Get real time updates directly on you device, subscribe now.