ନୂଆଦିଲ୍ଲୀ: ଡ୍ୟାମ୍ ପାଇଁ ମନ୍ଥର ହୋଇଯାଇଛି ପୃଥିବୀର ଘୂର୍ଣ୍ଣନ ଗତି । ଏଭଳି ଏକ ଚେତାବନୀ ଦେଇଛି ନାସା ।
ଚୀନ୍ ସ୍ଥିତ Yangtze ନଦୀ ଉପରେ ନିର୍ମିତ ବିଶାଳ ଥ୍ରୀ ଜର୍ଜ ଡ୍ୟାମ୍ ଅତ୍ୟାଧିକ ଜଳ ଗଚ୍ଛିତ ଥିବାରୁ ଏହା ପୃଥିବୀର moment of inertiaକୁ ବଦଳାଇଦେଇଛି ।
ଏହା ଦ୍ୱାରା ପୃଥିବୀ ଘୂର୍ଣ୍ଣନ ସମୟରେ ଗତିରେ ପରିବର୍ତ୍ତନ ଦେଖାଯାଉଛି ।
କ’ଣ କୁହନ୍ତି ବୈଜ୍ଞାନିକ ?
ନାସାର ବୈଜ୍ଞାନିକ ବେଞ୍ଜାମିନ୍ ଫୋଙ୍ଗ୍ ଚାଓଙ୍କ କହିବାନୁସାରେ ବିଶାଳ ଥ୍ରୀ ଜର୍ଜ ଡ୍ୟାମ୍ ପୃଥିବୀର ଘୂର୍ଣ୍ଣନ ବେଗ ପ୍ରତିଦିନ ହିସାବରେ ୦.୬ ମାଇକ୍ରୋ ସେକେଣ୍ଡ ପର୍ଯ୍ୟନ୍ତ ହ୍ରାସ କରିଛି ।
ଏହି ପରିବର୍ତ୍ତନ ଛୋଟ ହେଲେ ମଧ୍ୟ ମନୁଷ୍ୟ ନିର୍ମିତ ଡ୍ୟାମ୍ ପ୍ରାକୃତିକ ପ୍ରତିକ୍ରିୟାକୁ ପ୍ରଭାବିତ କରିପାରେ ବୋଲି ଦର୍ଶାଏ ।
ପୃଥିବୀର ଘୂର୍ଣ୍ଣନ ହ୍ରାସ ହେବା ପଛର କାରଣ: କୌଣସି ବସ୍ତୁର mass ପୃଥିବୀର ମଧ୍ୟ ଭାଗରେ ଥିଲେ ଏହା ଶୀଘ୍ର ଘୂର୍ଣ୍ଣନ କରିଥାଏ । ସେହିପରି mass ପୃଥିବୀ ପୃଷ୍ଠରେ ପରିବ୍ୟାପ୍ତ ହେଲେ ଏହାର ଘୂର୍ଣ୍ଣନ ଗତି ମନ୍ଥର ହୋଇଯାଏ ।
ଏହି କାରଣରୁ ଥ୍ରୀ ଜର୍ଜ ଡ୍ୟାମରେ ଗଚ୍ଛିତ ଥିବା ଜଳ ପୃଥିବୀର ଘୂର୍ଣ୍ଣନ ଗତିକୁ ମନ୍ଥର କରୁଥିବାର ମୁଖ୍ୟ କାରଣ ବୋଲି ବିବେଚିତ କରାଯାଇଛି ।
ପୃଥିବୀର ଘୂର୍ଣ୍ଣନ ଗତି କିପରି ପ୍ରଭାବିତ ହୋଇଥାଏ ?
ପୃଥିବୀର ଘୂର୍ଣ୍ଣନ ଗତି ବୁଝିବା ପାଇଁ moment of inertia ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ଦର୍ଶାଏ କିପରି mass ପୃଥିବୀର ଘୂର୍ଣ୍ଣନ ସହ ଜଡ଼ିତ ।
ଥ୍ରୀ ଜର୍ଜ ଡ୍ୟାମରେ ଗଚ୍ଛିତ ଜଳ ପୃଥିବୀର ଭୂମଧ୍ୟ ରେଖା(equator) ଆଡ଼କୁ ବ୍ୟାପିଥାଏ । ଫଳରେ ପୃଥିବୀର moment of inertia ବଦଳିଯାଏ ।
ଡ୍ୟାମର ବିଶେଷତ୍ୱ: ଏହି ଡ୍ୟାମ୍ ୧୮୫ ମିଟର ଉଚ୍ଚ ଏବଂ ଲମ୍ବ ୨ କିଲୋମିଟରରୁ ଅଧିକ । ଏହି ଡ୍ୟାମରେ ୪୦ ବିଲିୟନ୍ କ୍ୟୁବିକ୍ ମିଟର ଜଳ ସଂରକ୍ଷିତ କରାଯାଇପାରିବ ।
ଏହା ବିଶ୍ୱର ବୃହତ୍ତମ ଶକ୍ତି ଉତ୍ପାଦନକାରୀ ଡ୍ୟାମ୍ । ଏହା ପୂର୍ଣ୍ଣ କ୍ଷମତାରେ ୨୨, ୫୦୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କରିଥାଏ ।