ଶରୀରରେ ଦାଗ ରହିଛି ବୋଲି ଚିନ୍ତିତ କି? ସବୁ ଦାଗ ଲିଭେଇବ ମାଛ ଚମଡ଼ା… ଲୋଡ଼ା ନାହିଁ ଅସ୍ତ୍ରୋପଚାର, ଦେଖନ୍ତୁ Video

ଅଲ୍ସର ଭଲ କରିବାରେ ବ୍ୟବହାର ହେଉଛି ମାଛ ଚମଡ଼ା । କମ୍ କଷ୍ଟରେ ବର୍ଷ ବର୍ଷର ପୋଡା ଦାଗ ହେଉଛି ଦୂର ।

ଓଡ଼ିଶା ଭାସ୍କର: ଚିକିତ୍ସା ବିଜ୍ଞାନରେ ସାରା ବିଶ୍ୱ ନୂଆ ଶୀଖର ସ୍ପର୍ଷ କରିଛି । ଦିନକୁ ଦିନ ଯେତେ ଦୁଃସାଧ୍ୟ ରୋଗ ବାହାରୁଛି, ସେ ଅନୁସାରେ ଚିକିତ୍ସା ବିଜ୍ଞାନ ମଧ୍ୟ ଆଗେଇ ଚାଲିଛି ।

ଔଷଧ ବିନା ପ୍ରାକୃତିକ ଉପାୟରେ କରାଯାଉଥିବା ଚିକିତ୍ସା ପଦ୍ଧତିକୁ ଲୋକେ ବେଶୀ ପସନ୍ଦ କରୁଛନ୍ତି । କାରଣ ଏଥିରେ କୌଣସି ପ୍ରକାର ପାଶ୍ୱର୍ ପ୍ରତିକ୍ରିୟା ନ ଥାଏ । ସେମିତି ଏକ ଚିକିତ୍ସା ପଦ୍ଧତି ବିଷୟରେ ଆମେ ଆପଣଙ୍କୁ କହିବୁ । ସେ ଚିକିତ୍ସା ପଦ୍ଧତିଟି ହେଲା ଫିସ୍ ସ୍କିନ୍ ଜେନୋଗ୍ରାଫ୍ଟ (ଏଫଏସଏକ୍ସ) ।

ଏ ଚିକିତ୍ସା ପଦ୍ଧତି ନାଇଲ୍ ତିଲାପିଆ ଅବା ଆଟଲାଣ୍ଟିକ୍ କୋଡ୍ ମାଛର ଚମଡ଼ାରୁ ହୋଇଥାଏ । ବିଶେଷ କରି ଖଣ୍ଡିଆ କିମ୍ବା ପୋଡ଼ା ଦାଗ, ମଧୁମେହ ଜନିତ ଖଣ୍ଡିଆ, ଅଲ୍ସର ଏବଂ ଅପରେଶନ ପରେ ଶରୀରରେ ରହୁଥିବା ଦାଗକୁ ଭଲ କରିବା ପାଇଁ ଏଫଏସଏକ୍ସ ପ୍ରାଣାଳୀକୁ ଆପଣାଯାଉଛି ।

ଏହି ମାଛ ଚମଡ଼ାରେ ଓମେଗା-୩ ଫ୍ୟାଟି ଏସିଡ୍ ରହିଛି, ଯେଉଁଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ପ୍ରର୍ପଟି ରହିଥାଏ । ଯାହାର ଘା’ ଭଲ କରିବାରେ ସାହାଯ୍ୟ କରିବ । ଘା’ ଭଲ କରିବା ପାଇଁ ଡାକ୍ତରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ପ୍ରକାର ପଦ୍ଧତି ଭିତରୁ ଏଫଏସଏକ୍ସ ପଦ୍ଧତି ସବୁଠାରୁ ଭଲ ।

ଏହି ଟ୍ରିଟମେଣ୍ଟରେ ରୋଗୀଙ୍କୁ କୌଣସି ପ୍ରକାର କଷ୍ଟ, ଯନ୍ତ୍ରଣା ଭୋଗିବାକୁ ପଡ଼େ ନାହିଁ ।

ନାଇଲ୍ ତିଳାପିଆ ମାଛ ଲେବାନନରେ ବିଶେଷ ଭାବେ ମିଳନ୍ତି । ଏହି ମାଛ ମ୍ୟାଙ୍ଗୋ ଫିସ୍ ଭାବେ ମଧ୍ୟ ଜଣାଯାଏ । ତିଲାପିଆ ମାଛ ଅତିବେଶୀରେ ୬୦ ସେଣ୍ଟିମିଟର ଲମ୍ବା ଏବଂ ୫ କିଲୋଗ୍ରାମ ଓଜନର ହୋଇଥାନ୍ତି । ଏହାର ଏକ ପ୍ରଜାତୀ ବେଙ୍ଗାଲୁରୁରେ ମଧ୍ୟ ମିଳେ, ଯାହାର କିଲୋ ପ୍ରତି ଦର ରହିଛି ୨୦୦ ଟଙ୍କା ।