୩ଦିନ ପରେ ବଢ଼ିବ ଶୀତ, ୨ରୁ ୩ଡିଗ୍ରୀ ଖସିବ ତାପମାତ୍ରା
ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସହ ଶୀତ ବଢ଼ିବା ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଇଛି। କନ୍ଧମାଳ ଜିଲାର ଘୁ. ଉଦୟଗିରି, ଦାରିଙ୍ଗବାଡି ଏବଂ ଫୁଲବାଣୀରେ ସର୍ବନିମ୍ନ ରାତି ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି। ଅନ୍ୟାନ୍ୟ ଜିଲାରେ ମଧ୍ୟ ରାତି ତାପମାତ୍ରା ବଢିଛି। ଫଳସ୍ୱରୂପ ଶୀତ ପ୍ରକୋପ ସାମାନ୍ୟ କମିଛି; କିନ୍ତୁ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସହ ଶୀତ ବଢ଼ିବା ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଦାରିଙ୍ଗବାଡିରେ ରାତି ତାପମାତ୍ରା ୯.୫ଡିଗ୍ରୀ ରହିଥିବା ବେଳେ ଘୁ. ଉଦୟଗିରିରେ ୧୦.୨, ସେମିଳିଗୁଡା ୧୧, କୋରାପୁଟ ୧୨.୪, ଫୁଲବାଣୀ ୧୧.୫, ଅନୁଗୋଳ ୧୩, ସୁନ୍ଦରଗଡ ୧୩.୨, ଝାରସୁଗୁଡା ୧୨.୨, ରାଉରକେଲା ୧୧.୭, କିରେଇ ୧୨.୮, ଯାଜପୁର ୧୨.୬, ଭଦ୍ରକ ୧୨, ଭୁବନେଶ୍ଵର ୧୬.୭ ଏବଂ କଟକରେ ୧୫.୫ ଡିଗ୍ରୀ ରହିଛି।