ଶିକ୍ଷକ ଆଶାୟୀଙ୍କ ପାଇଁ ଖୁସି ଖବର, ଗଣଶିକ୍ଷା ମନ୍ତ୍ରୀ କଲେ ବଡ଼ ଘୋଷଣା
ଜାତୀୟ ଶିକ୍ଷା ନୀତି ୨୦୨୦କୁ ସଫଳ କରିବା ଲାଗି ଶିକ୍ଷକ ନିଯୁକ୍ତିକୁ ରାଜ୍ୟ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ଏଥିଲାଗି ଆଗାମୀ ଦିନରେ ୨୮ ହଜାର ଶିକ୍ଷକ ନିଯୁକ୍ତି ହେବେ ବୋଲି ଗଣମାଧ୍ଯମକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ନିକଟରେ ମେଗା ଶିକ୍ଷକ ନିଯୁକ୍ତି ପର୍ବ ସରିଛି। ଆଗକୁ ଆହୁରି ଶିକ୍ଷକ ନିଯୁକ୍ତ ହେବେ। ଶିକ୍ଷାର ମାନ ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଜାତୀୟ ଶିକ୍ଷା ନୀତି ୨୦୨୦କୁ ସଫଳ କରିବା ଲାଗି ଶିକ୍ଷକ ନିଯୁକ୍ତିକୁ ରାଜ୍ୟ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ଏଥିଲାଗି ଆଗାମୀ ଦିନରେ ୨୮ ହଜାର ଶିକ୍ଷକ ନିଯୁକ୍ତି ହେବେ ବୋଲି ଗଣମାଧ୍ଯମକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲସ୍ତରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରାଯିବ। ନିକଟରେ ୧୬ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ମାଧ୍ଯମିକ ସ୍ତରରେ ଶିକ୍ଷକ ଅଭାବ ଦୂର କରିବାକୁ ଟିଜିଟି ଓ ପିଜିଟି ଶିକ୍ଷକ ନିଯୁକ୍ତ କରାଯାଉଛି। ଆଗାମୀ ଦିନରେ ୨୮ ହଜାର ଶିକ୍ଷକ ନିଯୁକ୍ତି ସରକାର କରିବେ।
ସୂଚନାଯୋଗ୍ୟ, ନିକଟରେ ଓଏସ୍ଏସ୍ସି ପକ୍ଷରୁ ଏଲ୍ଟିଆର୍ ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ୬ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ ହେବେ। ଟିଜିଟି କଳା ପାଇଁ ୧୪୮୮, ଓଡ଼ିଆ ୪୯୬, ବିଜ୍ଞାନ (ପିସିଏମ୍) ପାଇଁ ୧୦୨୦, ବିଜ୍ଞାନ (ସିବିଜେଡ୍) ୮୮୦, ସଂସ୍କୃତ ୭୨୯, ହିନ୍ଦୀ ୭୧୧, ତେଲୁଗୁ ୧୪, ଉର୍ଦୁ ୬, ଶାରୀରିକ ଶିକ୍ଷକ (ପିଇଟି)ପାଇଁ ୬୮୧ ନିଯୁକ୍ତ ହେବ।