Breaking: ନବ ଦାସଙ୍କ ଭାଇ ଘରେ IT ରେଡ୍, ୨୦ଟି ସ୍ଥାନରେ ଚାଲିଛି ବିଭାଗର ଖୋଳତାଡ୍

ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଭାଇଘରେ ଆୟକର ବିଭାଗର ଚଢ଼ାଉ । ନବଙ୍କ ଭାଇ ସୁପର କ୍ଲାସ୍ ଠିକାଦାର ବ୍ରଜକିଶୋର ଦାସଙ୍କ ଘରେ ଆଇଟି ଆଜି ସକାଳୁ ରେଡ୍ କରିଥିବା ସୂଚନା ।

ଉଭୟ ଭୁବନେଶ୍ୱର ଏବଂ ଛତିଶଗଡ଼ ଆୟକର ବିଭାଗ ମିଳିତ ଭାବେ ଏହି ଚଢାଉ କରିଛି । ଚଢ଼ାଉର କାରଣ ସ୍ପଷ୍ଟ ହୋଇ ନାହିଁ ।

କେଉଁ ଆଧାରରେ ରେଡ୍ ଚାଲିଛି ତାହା ମଧ୍ୟ ଅଜଣା ରହିଛି । ରାଜ୍ୟର ୨୦ଟି ସ୍ଥାନରେ ଆୟକର ବିଭାଗର ଚଢ଼ାଉ ଚାଲିଛି ।

ଝାରସୁଗୁଡ଼ା, ବଲାଙ୍ଗିର, ବରଗଡ଼ ସମେତ ୨୦ଟି ସ୍ଥାନରେ ରେଡ୍ ।