ଗାଧୋଇବା ସମୟରେ ମୁଣ୍ଡରେ ସିଧାସଳଖ ପାଣି ଢାଳୁଥିଲେ ସାବଧାନ ! ଷ୍ଟ୍ରୋକର ଆଶଙ୍କା ଅଧିକ

ସିଧାସଳଖ ମୁଣ୍ଡରେ ଥଣ୍ଡା ପାଣି ଢାଳିବା ଦ୍ୱାରା ରକ୍ତ ସଞ୍ଚାଳନ ସନ୍ତୁଳନ ବିଗିଡିଯାଏ . ଫଳରେ ବ୍ୟକ୍ତି ଷ୍ଟ୍ରୋକର ଶିକାର ହୁଏ ...

ଗାଧୋଇବା ସମୟରେ ସିଧାସଳଖ ମୁଣ୍ଡରେ ପାଣି ଢାଳିବା ଠିକ୍ ନୁହେଁ। ଭାରତରେ କାଳକାଳରୁ ପରମ୍ପରା ରହିଛି ପ୍ରଥମେ ପାଦରେ, ପରେ ଅଣ୍ଟା, ଏହାପରେ ବେକରେ ଏବଂ ଶେଷରେ ମୁଣ୍ଡରେ ପାଣି ଢଳାଯାଏ । ବୈଜ୍ଞାନିକ ଦୃଷ୍ଟି କୋଣରେ, ସିଧାସଳଖ ମୁଣ୍ଡରେ ଥଣ୍ଡା ପାଣି ଢାଳିବା ଦ୍ୱାରା ରକ୍ତ ସଞ୍ଚାଳନ ସନ୍ତୁଳନ ହରାଇଥାଏ ।

ଶୀତଦିନରେ ଯଦି ଥଣ୍ଡା ପାଣିରେ ସ୍ନାନ କରୁଥାନ୍ତି, ଆଉ ଥଣ୍ଡାପାଣି ସିଧାସଳଖ ଭାବେ ମୁଣ୍ଡରେ ଢାଳନ୍ତି । ତେବେ ମସ୍ତିଷ୍କର ତାପମାତ୍ରାକୁ ନିୟନ୍ତ୍ରିତ କରୁଥିବା ଏଡ୍ରୋନଲିନ୍ ହରମୋନ୍ ତୀବ୍ର ବେଗରେ କ୍ଷରଣ ହୋଇଥାଏ । ଅଚାନକ ରକ୍ତଚାପ ବଢିଯାଏ । ଫଳରେ ବ୍ୟକ୍ତି ଷ୍ଟ୍ରୋକର ଶିକାର ହୁଏ ।

ସମସ୍ତଙ୍କ ତୁଳନାରେ ବୟସ୍କଙ୍କୁ ବ୍ରେନ ଷ୍ଟ୍ରୋକର ଆଶଙ୍କା ଅଧିକ ରହିଥାଏ । କାରଣ ବୟସ ବଢିବା ସହ ମସ୍ତିଷ୍କର କୋଷିକାମାନ ଦୁର୍ବଳ ହୋଇଯାଏ । ଫଳରେ ରକ୍ତଚାପ ଉଚ୍ଚ ହେବା ସହ ଧମନୀରେ ରକ୍ତ ଜମାଟ ବାନ୍ଧିଯାଏ । ଅନେକ ସମୟରେ ବ୍ରେନ ହାମରେଜ୍ ମଧ୍ୟ ହୋଇଥାଏ । ଏହାବ୍ୟତୀତ ହୃଦଘାତ , ମୋଟାପଣ , ମଧୁମେହ ଓ ଉଚ୍ଚ ରକ୍ତଚାପ ପରି ରୋଗରେ ଗ୍ରସିତ ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଲୋକଙ୍କ ଠାରୁ ଷ୍ଟ୍ରୋକର ଆଶଙ୍କା ଅଧିକ ଥାଏ ।

ଯେଉଁମାନଙ୍କ ରକ୍ତଚାପ ହଠାତ୍ କମ୍-ଅଧିକ ହେଉଛି , ସେମାନେ ଗରମ ପାଣିରେ ସ୍ନାନ କରନ୍ତୁ ନାହିଁ । ଯଦି ଜରୁରୀ ଅଛି ହାଲୁକା ଉଷୁମ ପାଣିରେ ସ୍ନାନ କରି ପାରିବେ । ସେହିପରି କବ୍ଜ ଓ ଜଳାଭାବ
ସମସ୍ୟାକୁ ଦୂର କରିବାକୁ ପ୍ରୟାସ କରନ୍ତୁ ।