କଳିଯୁଗରେ ଭଗବାନଙ୍କୁ ବି ଛାଡୁନାହାଁନ୍ତି! ଶିରୁଳି ମହାବୀର ମନ୍ଦିରରୁ ହୁଣ୍ଡି ଉଠାଇନେଲେ ଦୁର୍ବୃତ୍ତ

ଶିରୁଳି ମହାବୀର ମନ୍ଦିରରୁ ଚୋରି. ଚନ୍ଦନପୁର ପୁଲିସର ଛାନଭିନ ଆରମ୍ଭ

ପୁରୀ: ଆଜିକାଲି ଚୋରମାନେ ଲୋକଙ୍କୁ ଠକିବା ସହିତ ଭଗବାନଙ୍କୁ ମଧ୍ୟ ଲୁଟିବା ଆରମ୍ଭ କଲେଣି । ଏହାରି ମଧ୍ୟରେ ପୁରୀର ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

ଲୁଟେରାମାନେ ପ୍ରସ୍ଥାନ ପଟେ ଲୁହା ଗେଟ କାଟି ମନ୍ଦିରରେ ପ୍ରବେଶ ପରେ ଲୁଟ କରିଥିବା ଜଣାପଡ଼ିଛି । ଲୁଟେରାମାନେ ଦାନବାକ୍ସ ସହ ମନ୍ଦିରରୁ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦାନବାକ୍ସରେ ଲକ୍ଷାଧିକ ଟଙ୍କା ଥିବା ମନ୍ଦିର କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

ଛାନଭିନ ଆରମ୍ଭ: ଚୋରିବେଳେ ଗାଁର ବିଦ୍ୟୁତ କାଟିବା ସହ ସିସିଟିଭି ତାର କାଟିଥିଲେ ଲୁଟେରା । ପ୍ରସ୍ଥାନ ପଟେ ଲୁହା ଗେଟ କାଟି ସେମାନେ ମନ୍ଦିରରେ ପ୍ରବେଶ କରିଥିଲେ । ଏହାପରେ ମନ୍ଦିରରୁ ଦାନବାକ୍ସ ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ । ଶିରୁଳି ମହାବୀର ମନ୍ଦିର କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ଚନ୍ଦନପୁର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।