ଚହଲଙ୍କ ହୃଦୟର କଥା, କହିଲେ ସଚ୍ଚା ପ୍ରେମ ମିଳିବା କଷ୍ଟ

ମୁମ୍ବାଇ: କୋରିଓଗ୍ରାଫର ଧନଶ୍ରୀଙ୍କ ସହ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଛାଡ଼ପତ୍ର ଖବର ଆଜିକାଲି ଚର୍ଚ୍ଚାରେ ରହିଛି । ତେବେ ଛାଡ଼ପତ୍ର ସମ୍ପର୍କରେ ଏହି ଦମ୍ପତି କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। କିନ୍ତୁ ଦୁହେଁ ସୋସିଆଲ ମିଡିଆରେ କ୍ରିପ୍ଟିକ୍ ପୋଷ୍ଟ କରୁଛନ୍ତି, ଯାହା ସେମାନଙ୍କ ସମ୍ପର୍କର ମତଭେଦକୁ ସୂଚାଉଛି।

ନିକଟରେ ଚହଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ପ୍ରକୃତ ପ୍ରେମ ବା ସଚ୍ଚା ପ୍ରେମ ବିଷୟରେ କହିଛନ୍ତି। ଏହାର କ୍ୟାପସନରେ  କହିଛନ୍ତି, ପ୍ରକୃତ ପ୍ରେମ ଖୋଜିବା କଷ୍ଟସାଧ୍ୟ ଏବଂ ସେ ନିଜ ବିଷୟରେ ମଧ୍ୟ ଲେଖିଛନ୍ତି।

ନୀଳ ରଙ୍ଗର ଟି-ଶର୍ଟ, ବେକରେ ଚେନ୍ ଏବଂ ହାତରେ ଘଣ୍ଟା ପିନ୍ଧିଥିବା ନଜର ଆସିଛନ୍ତି ଚହଲ ।  ସେ ଇନଷ୍ଟାଗ୍ରାମରେ ତାଙ୍କର କିଛି ବିଶେଷ ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ଏକ ରେଷ୍ଟୁରାଣ୍ଟରୁ ହୋଇଥିବା ଜଣାପଡିଛି । ଏହା ସହିତ ଚହଲ କ୍ୟାପସନରେ ଲେଖିଛନ୍ତି – ‘ପ୍ରକୃତ ପ୍ରେମ ପାଇବା କଷ୍ଟସାଧ୍ୟ, ଯାହା ଏଠାରେ କ୍ୱଚିତ୍ ମିଳିଥାଏ।’