Breaking: ସୁଭଦ୍ରା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି

ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତି ମିଳିବ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଭୁବନେଶ୍ବର: ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ  । ଏନେଇ କଟକରେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।

ମହିଳାଙ୍କର ବିକାଶ ପାଇଁ ସୁଭଦ୍ରା ଯୋଜନା-  ଏଯାଏଁ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଲାଣି । ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ବୋଲି ମୋହନ ମାଝୀ କହିଛନ୍ତି ।

ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କୁ କଦାଚିତ ସୁଭଦ୍ରା ଯୋଜନାରୁ ବାଦ୍ ପଡିବେ ନାହିଁ । ସର୍ଭେ ଜାରି ରହିଥିବା ବେଳେ ଖୁବଶୀଘ୍ର ହିତାଧିକାରୀଙ୍କୁ ଟଙ୍କା ଦିଆଯିପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପତାକା ଉତ୍ତୋଳନ ପରେ ଘୋଷଣା-  ପ୍ରକାଶଥାଉକି, ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକର ବିଡାନାସି ଠାରେ ପତାକା ଉତ୍ତୋଳନ କରିଥିଲେ । ଏହାପରେ ଅଭିଭାଷଣ ଦେବା ସମୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଖୁସି ଖବର ଜଣାଇଛନ୍ତି ।