ବାଘ ବଜାଉଛି ବାଜା, କୁମ୍ଭୀର ସହ ଅନ୍ୟ ଜୀବଜନ୍ତୁ କରୁଛନ୍ତି ପ୍ୟାରେଡ୍, ୭୬ତମ ଗଣତନ୍ତ୍ର ଦିବସ ଅବସରରେ ଗୁଗୁଲର ନିଅରା ଡୁଡଲ
ଆଜି ଗୁୁଗୁଲ ପାଳୁଛି ୭୬ ତମ ସାଧାରଣତନ୍ତ୍ର ଦିବସା ଜାତୀୟ ଗୌରବ ଏବଂ ଏକତା ଅବସରରେ ପୁଣେର କଳାକାର ରୋହନ ଦାହୋତ୍ରେ ଏହି ଡୁଡଲ ପ୍ରସ୍ତତ କରିଛନ୍ତିା
ନୂଆଦିଲ୍ଲୀ: ଆଜି ଗୁୁଗୁଲ ପାଳୁଛି ୭୬ ତମ ସାଧାରଣତନ୍ତ୍ର ଦିବସା ଏହି ଅବସରରେ ଗୁଗୁଲ ଏକ ସୁନ୍ଦର ଡୁଡଲ ପ୍ରସ୍ତୁତ କରିଛିା
ଏଥିରେ ଲାଦାଖ ପୋଷାକରେ ଏକ ତୁଷାର ଚିତାବାଘକୁ ଦର୍ଶାଯାଇଛିା ଏହା ପଛରେ ଏକ ବାଘ ବାଦ୍ୟଯନ୍ତ୍ର ଧରି ଛିଡ଼ା ହେବା ସହ ଅନ୍ୟ ପଶୁପକ୍ଷୀ ମଧ୍ୟ ପାରମ୍ପରିକ ପୋଷାକରେ ନଜର ଆସିଛନ୍ତିା
ଡୁଡଲରେ କ’ଣ ଖାସ?
ଗୁଗୁଲର ଏହି ବିଶେଷ ଡୁଡଲରେ ଛଅ ଅକ୍ଷର ବିଶିଷ୍ଟ ‘GOOGLE’କୁ ଅତି କଳାତ୍ମକ ଢ଼ଙ୍ଗରେ ଦର୍ଶାଯାଇଛିା
ପ୍ରତ୍ୟେକ ଅକ୍ଷର ସହ ଏକ ବନ୍ୟପ୍ରାଣୀକୁ ପ୍ୟାରେଡ୍ ଥୀମ୍ ସହ ପ୍ରଦର୍ଶିତ କରାଯାଇଛିା
ବନ୍ୟପ୍ରାଣୀଙ୍କ ପ୍ୟାରେଡ୍: ଜାତୀୟ ଗୌରବ ଏବଂ ଏକତା ଅବସରରେ ପୁଣେର କଳାକାର ରୋହନ ଦାହୋତ୍ରେ ଏହି ଡୁଡଲ ପ୍ରସ୍ତତ କରିଛନ୍ତିା
ବନ୍ୟପ୍ରାଣୀଙ୍କ ପ୍ୟାରେଡରେ ବିଭିନ୍ନ ପଶୁ ଭାରତର ବିଭିନ୍ନ ଅଞ୍ଚଳର ପ୍ରତିନିଧିତ୍ୱ କରୁଛନ୍ତିା
ତୁଷାର ଚିତାବାଘ, ବାଘ, କୁମ୍ଭୀର, ହରିଣ, ଗୁଣ୍ଡୁଚି ମୂଷା ଭଳି ଅନ୍ୟ ପଶୁପକ୍ଷୀଗୁଡ଼ିକୁ ପାରମ୍ପରିକ ପୋଷାକ ଏବଂ ବାଦ୍ୟଯନ୍ତ୍ର ସହ ପ୍ୟାରେଡ୍ କରୁଥିବାର ଦର୍ଶାଯାଇଛିା
୭୬ତମ ଗଣତନ୍ତ୍ର ଦିବସ: ଆଜି କର୍ତ୍ତବ୍ୟ ପଥରେ ଭାରତ ଏହାର ସୈନ୍ୟ ଶକ୍ତି ଏବଂ ଜୀବନ୍ତ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଛି ।
ଏହି ସମାରୋହରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ୧୬ଟି ପ୍ରଜ୍ଞାପନ ମେଢ଼ ଏବଂ କେନ୍ଦ୍ର ମନ୍ତ୍ରଣାଳୟ, ବିଭାଗ ତଥା ସଂଗଠନର ୧୫ଟି ପ୍ରଜ୍ଞାପନ ମେଢ଼ ସାମିଲ ରହିଛିା