ଭୁବନେଶ୍ୱର: ପୁରୀରେ ଜମି କିଣିବ ବେଦାନ୍ତ । ଏ ନେଇ ପୁରୀରେ ଜମି ଖୋଜୁଛନ୍ତି ଅନୀଲ ଅଗ୍ରୱାଲ ।
ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବେଦାନ୍ତର ଆଗ୍ରହ । ପୂର୍ବରୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବିବାଦ ଘନେଇଥିଲା ।
ଆଜିଠାରୁ ଆରମ୍ଭ ହୋଇଛି ଉକ୍ରର୍ଷ ଓଡ଼ିଶା କାର୍ଯ୍ୟକ୍ରମ । ଭୁବନେଶ୍ୱର ଜନତା ମଇଦାନରେ ଏ ନେଇ ବ୍ୟାପକ ପ୍ରସ୍ତୁତି ସରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଉଦଘାଟନ ହୋଇଛି କାର୍ଯ୍ୟକ୍ରମ ।
ଶିଳ୍ପ ପ୍ରତିଷ୍ଠା ଦ୍ୱାରା ରାଜ୍ୟରେ ନିଯୁକ୍ତି ସୁଯୋଗ ବଢ଼ିବ । ଚାକିରି କ୍ଷେତ୍ରରେ ଯୁବପିଢ଼ି ଭୋଗୁଥିବା ଅସୁବିଦା ଦୂର ହେବ ବୋଲି ଆଶା ରଖାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉକ୍ରର୍ଷ ଓଡ଼ିଶା କନକ୍ଲେଭ ଉଦଘାଟିତ ହୋଇଯାଇଛି । ଏହି କନକ୍ଲେଭ ୨ ଦିନ ଧରି ଚାଲିବ ।