ଲକ୍ଷାଧିକ ଟଙ୍କାର ଔଷଧ ପାଉଁଶ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ରୁଦ୍ରପୁର ସ୍ଥିତ ମେଡିସିନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡା

ସିମ୍ଫୋନୀ ମଲ ନିକଟସ୍ଥ ଏକ ମେଡିସିନ ଦୋକାନରେ ନିଆଁ ଲାଗିଯିବାରୁ ସ୍ଥାନୀୟ ବାତାବରଣ ଧୂଆଁମୟ ହୋଇଯାଇଛିା

ଏହି ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କାର ଔଷଧ ଜଳିଯାଇଥିବା ସୂଚନ।। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିାଁ

ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରହିଛିା

ସୂଚନାରୁ ପ୍ରକାଶ ମେଡିସିନ ଗୋଦାମର ଦୁଇଟି ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ତଳ ମହଲାର ନିଆଁକୁ ସମ୍ପୂର୍ଣ୍ଣ ଆୟତ କରାଯାଇଥିବା ବେଳେ ଉପର ମହଲାର ନିଆଁକୁ ଆୟତ କରିବା ପ୍ରୟାସ ଜାରି ରହିଛିା

ଗୋଦାମ ଭିତରେ ପଶି ନିଆଁକୁ ଆୟତ କରିବାରେ ସମସ୍ୟା ଦେଖାଯାଉଥିବାରୁ ଗୋଦାମର ଝରକା ଭାଙ୍ଗି ବାହାର ପଟୁ ପାଇପ୍ ଯୋଗେ ନିଆଁ ଲିଭାଇବାକୁ ମଧ୍ୟ ପ୍ରୟାସ କରାଯାଉଛିା
ଗୋଦାମ ଭିତରେ ଥିବା କାଗଜ ପେଟିରେ ବିପୁଳ ମାତ୍ରାରେ ସାନିଟାଇଜର, ଗଜ୍ କପଡ଼ା, ବିଭିନ୍ନ ମେଡିସିନ ରହିଛିା

ଗୋଦାମରେ ଥିବା ବିଭିନ୍ନ କେମିକାଲ ନିଆଁକୁ ଅଧିକ ମାତ୍ରାରେ ଜଳାଇବାରେ ସହାୟକ ହେଉଛି ।

ନିଆଁ ଲିଭାଇବା ଏତେ ସହଜ ନୁହୋଁ ତେଣୁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଦମକଳ ବାହିନୀର ପ୍ରାୟ ୨୦ରୁ ଅଧିକ କର୍ମଚାରୀ ନିଆଁକୁ ଆୟତ କରିବା ପ୍ରୟାସ କରୁଥିବା ଜଣାପଡ଼ିଛି ।