ବାରିପଦା: ଆଖି ଖୋଲିବ ଆଗରୁ ମାଆ ଶୁଆ ପାଖରୁ ଶୁଆ ଶାବକ ଚୋରାଇ ଆଣିଥିଲା ଦୁର୍ବୃତ୍ତ। ବଜାରରେ ଚଢ଼ା ଦରରେ ବିକ୍ରି କରି ମଲେମାଲ ହେବା ଆଶା ନେଇ କରୁଥିଲା ଚୋରା ଚାଲାଣ।
ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ବନ ବିଭାଗ ୧୧ ଟି ଶିଶୁ ଶବକୁ ଉଦ୍ଧାର କରିବା ସହ ଜଣକୁ ଅଟକ ରଖି ଅଧିକ ପଚରା ଉଚୁରା ଜାରି ରଖିଛି।
ଦେଖିପାରୁଥିବେ ଏହି ଶିଶୁ ଶାବକ ଗୁଡ଼ିକୁ ମନରେ କିପରି ରହିଛି ଭୟ, ଖୋଲା ଆକାଶରେ ଉଡ଼ିବା ର ଅସରନ୍ତି ସ୍ବପ୍ନ ଗଢ଼ିବା ଆଗରୁ ପିଞ୍ଜରା ରେ ବନ୍ଦ୍ କରିଦେଇଥିଲା ଦୁର୍ବୃତ୍ତ।
ଯଦି ଏହି ନିରୀହ ଶୁଆ ଶାବକ ଗୁଡ଼ିକ କଥା କୁହନ୍ତେ ତେବେ ତାଙ୍କ ଦୁଃଖ ଶୁଣି ଆପଣଙ୍କ ମନରେ ଅନେକ ଯନ୍ତ୍ରଣା ହୁଅନ୍ତା। ଏମାନେ ଶିକାରୀ ନୁହନ୍ତି ଏମାନେ ଜଣେ ଜଣେ ଜହ୍ଲାଦ।
ପକ୍ଷୀ ଶାବକ ଗୁଡ଼ିକ ର ଆଖି ନ ଫିଟୁଣୁ ମାଆ କୋଳରୁ କିଛି ଅର୍ଥ ଲୋଭରେ ଚୋରାଇ ଆଣିଥିଲା। ଥରଟିଏ ଭାବିଲାଣି କଣ ବିତୁଥିବ ତା ମାଆ ର।
ଏସସିଏଫ୍ ରବୀନ୍ଦ୍ର ମହାନ୍ତି ସୂଚନା ଦେଇ ପ୍ରକାଶ କରିଛନ୍ତି ବାରିପଦା ସହର ଉପକଣ୍ଠ କଠାପାଳ ଠାରେ ସନ୍ଧ୍ୟା ସମୟରେ ଏକ ବାଇକ୍ ସାହାଯ୍ୟରେ ୧୧ ଟି ଆଲାକଜେଣ୍ଡ୍ରିଆନ ପକ୍ଷୀ ଶାବକ ଗୁଡ଼ିକ ଚାଲାଣ ହେଉଥିବା ଥିବା ବିଶେଷ ସୂତ୍ରରୁ ଖବର ପାଇଁ ଚଢ଼ାଉ କରିଥିଲେ।
୧୧ଟି ଶୁଆ ଶାବକ ମାନଙ୍କୁ ଉଦ୍ଧାର କରିବା ସହ ଜଣକୁ ଅଟକ ରଖି ଅଧିକ ପଚରା ଉଚୁରା ଜାରି ରଖିଛନ୍ତି। ଏହି ୧୧ ଟି ପକ୍ଷୀ ଶାବକ ଗୁଡ଼ିକୁ ପିଠାବଟା ରେଞ୍ଜ କାର୍ଯ୍ୟାଳୟର ସେମାନଙ୍କ ରକ୍ଷଣ ବେକ୍ଷଣ କରାଯିବ।
ସେମାନଙ୍କ ଉଡ଼ିବା ସମୟ ଆସିଲେ ମାଜିଷ୍ଟ୍ରେଟ ଙ୍କ ନିର୍ଦ୍ଦେଶରେ ସେମାନଙ୍କୁ ଖୋଲା ଆକାଶରେ ଛାଡ଼ି ଦିଆଯିବ।