ନୂଆଦିଲ୍ଲୀ: ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସ ଏହାର ସାମରିକ ମୁଖ୍ୟ ମହମ୍ମଦ ଦୈଫ୍ଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛିା ଗତ ବର୍ଷ ଅଗଷ୍ଟରେ ଇସରାଏଲ ମହମ୍ମଦଙ୍କୁ ହତ୍ୟା
କରିଥିବା ଦାବି କରିଥିଲ।। କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ସ୍ପଷ୍ଟ କରିନଥିଲ।।
ସେନା ମୁଖ୍ୟଙ୍କ ମୃତ୍ୟୁକୁ ନେଇ ଭିଡିଓ ଜରିଆରେ ସ୍ପଷ୍ଟ କଲା ହମାସ୍ । ହମାସ ସେନାର ଡେପୁଟି କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସ୍ପଷ୍ଟ କରିଛି ।
ଅନ୍ୟପକ୍ଷରେ, ଇସ୍ରାଏଲ ଗୁରୁବାର ୧୧୦ ଜଣ ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିଛି।
ମହମ୍ମଦ ଦୈଫ୍ କିଏ?
ମହମ୍ମଦ ଦୈଫ୍ ଦୀର୍ଘ ସମୟ ଧରି ହମାସର ସାଡୋ ମିଲିଟାରୀ ଲିଡର ଥିଲେ। ଦୈଫ୍ ଦୀର୍ଘ ସମୟ ଧରି ଇସ୍ରାଏଲର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା। ତାଙ୍କୁ ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ରକେଟ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ବିବେଚନା କରାଯାଏ। ଏହି ଦିନ, ହମାସ ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଆଡ଼କୁ ୫ ହଜାରରୁ ଅଧିକ ରକେଟ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା।
କେବଳ ଏତିକି ନୁହେଁ, ହମାସର ଯୋଦ୍ଧାମାନେ ସୁଡ଼ଙ୍ଗ ଦେଇ ଇସ୍ରାଏଲରେ ଅନୁପ୍ରବେଶ କରି ଶହ ଶହ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ। ହମାସର ଯୋଦ୍ଧାମାନେ ୨୫୦ ରୁ ଅଧିକ ଇସ୍ରାଏଲୀ ନାଗରିକଙ୍କୁ ବନ୍ଧକ କରି ଗାଜାକୁ ନେଇଯାଇଥିଲେ।