ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ ତାଙ୍କ ଫିଲ୍ମ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଏହି ଅଭିନେତାଙ୍କର ଦୁଇଥର ଛାଡପତ୍ର ହୋଇଛି। ଏବେ କୁହାଯାଉଛି ଯେ, ତାଙ୍କ ଜୀବନରେ ପ୍ରେମ ପୁଣି ଥରେ ପ୍ରବେଶ କରିଛି। ରିପୋର୍ଟ ଅନୁସାରେ, ଆମୀର ଜଣେ ୫୯ ବର୍ଷୀୟା ମହିଳାଙ୍କ ସହିତ ରିଲେସନଶିପରେ ଅଛନ୍ତି । ବେଙ୍ଗାଲୁରୁ ବାସିନ୍ଦା ।
ଆମୀର ତାଙ୍କ ପ୍ରେମ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି
ଫିଲ୍ମଫେୟାରର ରିପୋର୍ଟ ଅନୁସାରେ, ଆମୀର ଜଣେ ମହିଳାଙ୍କ ସହିତ ରିଲେସନଶିପରେରେ ଅଛନ୍ତି। କେବଳ ଏତିକି ନୁହେଁ ଏହା ମଧ୍ୟ କୁହାଯାଉଛି ଯେ, ଅଭିନେତା ତାଙ୍କ ପରିବାର ସହିତ ସେହି ମହିଳାଙ୍କ ସାକ୍ଷାତ ମଧ୍ୟ କରାଇଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ସମ୍ପର୍କରେ କୌଣସି ଅପଡେଟ୍ ଆସିନାହିଁ।
ଆମୀରଙ୍କ ପରିବାରକୁ ଭେଟିଲେ ମହିଳା
ସୂଚନାନୁଯାୟୀ, ଆମୀରଙ୍କ ଏହି ରହସ୍ୟମୟୀ ମହିଳା ମୁମ୍ବାଇର ନୁହେଁ ବରଂ ବେଙ୍ଗାଲୁରୁର। ସୂତ୍ରଟି ସେମାନଙ୍କର ଗୋପନୀୟତା ବଜାୟ ରଖିବା ପାଇଁ ନାମ ପ୍ରକାଶ କରି ନଥିଲା କିନ୍ତୁ ନିଶ୍ଚିତ ଭାବରେ କହିଛି ଯେ ଆମୀର ସମ୍ପ୍ରତି ସେହି ମହିଳାଙ୍କୁ ତାଙ୍କ ସମଗ୍ର ପରିବାର ସହିତ ପରିଚିତ କରାଇଥିଲେ ଏବଂ ସେମାନଙ୍କର ସାକ୍ଷାତ ବହୁତ ଭଲ ଥିଲା…
ଆମୀରଙ୍କ ହୋଇଛି ଦୁଇଥର ଛାଡପତ୍ର
ଆପଣଙ୍କୁ କହି ରଖୁଛୁ ଯେ, ଆମୀରଙ୍କର ପୂର୍ବରୁ ଦୁଇଥର ଛାଡପତ୍ର ହୋଇସାରିଛି। ଏହି ଅଭିନେତା ୧୯୮୬ରେ ରୀନା ଦତ୍ତଙ୍କୁ ବିବାହ କରିଥିଲେ। ଅଭିନେତାଙ୍କର ତାଙ୍କଠାରୁ ଦୁଇଟି ସନ୍ତାନ ଥିଲେ, ଜୁନୈଦ ଖାନ ଏବଂ ଆୟରା ଖାନ। ୧୬ ବର୍ଷ ଧରି ଏକାଠି ରହିବା ପରେ, ଦୁହେଁ ଛାଡପତ୍ର ନେଇ ଅଲଗା ହୋଇଗଲେ। ତଥାପି ଉଭୟଙ୍କ ମଧ୍ୟରେ ବନ୍ଧୁତା ଏବେ ବି ଅକ୍ଷୁର୍ଣ୍ଣ ରହିଛି। ଏହା ପରେ ଅଭିନେତା କିରଣ ରାଓଙ୍କୁ ବିବାହ କରିଥିଲେ। ଉଭୟଙ୍କର ଆଜାଦ ନାମକ ଏକ ପୁଅ ଅଛି। କିନ୍ତୁ ସେମାନଙ୍କର ମଧ୍ୟ ୨୦୨୧ରେ ଛାଡପତ୍ର ହୋଇଥିଲା।
ଏ ତ ଗଲା ଆମୀରଙ୍କ ବ୍ୟକ୍ତିଗତ କଥା । ଯଦି ତାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବା ତେବେ ଶେଷଥର ପାଇଁ ଆମୀର ‘ଲାଲ ସିଂହ ଚଡ୍ଡା’ ଫିଲ୍ମରେ ନଜର ଆସିଥିଲେ। ଯାହା ଏକ ସତ୍ୟ କାହାଣୀ ଉପରେ ଆଧାରିତ ଥିଲା। ଏହି ଫିଲ୍ମରେ ଆମୀରଙ୍କ ସହ ଅଭିନେତ୍ରୀ କରୀନା କପୁର ନଜର ଆସିଥିଲେ। କିନ୍ତୁ ଦୁଇଟି ଫିଲ୍ମ ବକ୍ସ ଅଫିସରେ କିଛି ବିଶେଷ କମାଲ୍ କରିପାରି ନଥିଲା।