ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ଏଥିରେ ସେ ଶିକ୍ଷା ବିଷୟରେ ଉପସ୍ଥାପନା କରିଛନ୍ତି।
ବଜେଟ ଅନୁଯାୟୀ, ସରକାରୀ ସ୍କୁଲରେ ୫୦ ଲକ୍ଷ ଅଟଳ ଟିଙ୍କରିଂ ଲ୍ୟାବ୍ ଖୋଲିବ। ଏଥିସହ ଭାରତୀୟ ଭାଷା ପୁସ୍ତକ ସ୍କିମ ଲଞ୍ଚ ହେବ। ଗାଁରେ ସରକାରୀ ସ୍କୁଲରେ ବ୍ରଡବ୍ୟାଣ୍ଡ ସୁବିଧା କରାଯିବ। ବଢିବ ଆଇଆଇଟି ସିଟ୍ ସଂଖ୍ୟା। ଆହୁରି ୬ ହଜାର ୫୦୦ ସିଟ ବଢିବ।
ଏଥିସହ ଦେଶରେ ୩ଟି ଏଆଇ ଏକ୍ସିଲେନ୍ସ ସେଣ୍ଟର ଖୋଲିବ। ଏଆଇ ଏକ୍ସିଲେନ୍ସ ସେଣ୍ଟର ପାଇଁ ୫୦୦ କୋଟି ବ୍ୟୟ ହେବ।