ମୋମୋଜ କିଣିବା ପଡିଲା ମହଙ୍ଗା, ୫ ମିନିଟରେ ହୋଇଗଲା ବଡ଼ ଖେଳ

ମୋମୋଜ କିଣିବା ସମୟରେ ଚାଲିଗଲା ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟବସାୟୀଙ୍କ ସ୍କୁଟି ଡିକିର ଲକ୍ ଭାଙ୍ଗି ଚୋରମାନେ ୨.୫ ଲକ୍ଷ ଟଙ୍କା ଚୋରି କରିନେଇଛନ୍ତି। ଓମପ୍ରକାଶ ଗୁପ୍ତା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଛି।

ଯେତେବେଳେ ବ୍ୟବସାୟୀ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ସେହି ସମୟରେ ସେ ରାସ୍ତାରେ ଗାଡ଼ି ରଖି ମୋମୋଜ କିଣିଥିଲେ। ଏହି ସମୟରେ ଦୁଇ ଜଣ ଚୋର ଆସି ତାଙ୍କ ଡିକ୍କିର ଲକ୍ ଭାଙ୍ଗି ଦେଇଥିଲେ। ଓମ ପ୍ରକାଶ ଯେତେବେଳେ ଫେରିକି ସ୍କୁଟି ପାଖକୁ ଆସିଥିଲେ, ସେତେବେଳେ ଚୋରି ହୋଇଥିବା ଜଣିପାରିଥିଲେ।

ଏହାପରେ ସିସିଟିଭି ଚେକ ବେଳେ ଏହି ଦୁଇଜଣ ଚୋରଙ୍କୁ ଦେଖିବାକୁ ମିିଳିଥିଲା। ଅନ୍ଧାର ହେବା କାରଣରୁ ସେମାନଙ୍କ ଚେହେରା ସ୍ପଷ୍ଟ ଦେଖାଯାଉନି। ପୋଲିସ ଫୁଟେଜ ଆଧାରରେ ଚୋରଙ୍କୁ ଖୋଜିବାରେ ଲାଗିଛି।