ରାଉରକେଲା: ରାଉରକେଲାରେ ବଡ଼ ଅଘଟଣ । ବସ୍ତି ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍ ।
ମାଲଗୋଦାମ ଅଞ୍ଚଳରେ ଘଟିଛି ଦୁର୍ଘଟଣା । ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇ ବସ୍ତି ଭିତରକୁ ମାଡ଼ିଯାଇଥିବା ସୂଚନା ।
ୟାଡରୁ ପଛକୁ ଯିବା ସମୟରେ ବସ୍ତିରେ ଟ୍ରେନଟି ପଶିଯାଇଥିଲା । ରିକ୍ସା, ଅଟୋ ଓ ବାଇକ୍ ଉପରେ ଟ୍ରେନ୍ ଚଢ଼ିଯାଇଥିବା ସୂଚନା । ଦୁର୍ଘଟଣାରେ ଜିନିଷ ନଷ୍ଟ ହୋଇଥିବାବେଳେ କୌଣସି ଲୋକଙ୍କ ମୃତ୍ୟୁ କିମ୍ବା ଆହତ ହାଇନାହାନ୍ତି ।