ବଲାଙ୍ଗିର: ଗନ୍ଧମାର୍ଦ୍ଦନରେ ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ । ବଲାଙ୍ଗିର ଜିଲ୍ଲା ହନୁପାଲି ଗାଁ ଜଙ୍ଗଲରେ ଗୁଳିମିନିମୟ ।
ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ୍ ।
ଛତିଶଗଡ଼ର ବୀଜାପୁର ଜିଲ୍ଲାରେ ଶନିବାର ଦିନ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ସମୟରେ ୮ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏହି ୮ଜଣଙ୍କ ଉପରେ ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।
ଛତିଶଗଡ଼ର ଟୋଡକା ଗ୍ରାମ ପାଖରେ ଥିବା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ମାଓବାଦୀ ସଂଗଠନର ଆଠଜଣ ସଦସ୍ୟଙ୍କୁ ସୁରକ୍ଷାକର୍ମୀ ନିହତ କରିଛନ୍ତି।
ଜଣେ ବରିଷ୍ଠ ପୋଲିସ ଅଧିକାରୀ ରବିବାର ଦିନ କହିଛନ୍ତି ଯେ, ମାଓବାଦୀ କମଲେଶ ନୀଳକଣ୍ଠଙ୍କ ଉପରେ ୫ ଲକ୍ଷର ପୁରସ୍କାର ରାଶି ଥିଲା। ସେହିପରି ଅନ୍ୟ ଦୁଇ ନକ୍ସଲଙ୍କ ମୁଣ୍ଡରେ ୩-୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।