ଗୁଣୁପୁର: ଟ୍ରାକ୍ଟର ଓଲଟି ୩ ଜଣ ମୃତ, ୪ ଗୁରୁତର । ଓଲଟିପଡ଼ିଲା ଇଟା ବୋଝେଇ ଟ୍ରାକ୍ଟର ।
ଟ୍ରାକ୍ଟଟି ଡାଲା ଭାରସାମ୍ୟ ହରାଇ ଓଲଟିଯିବା ପରେ ସେଠାରେ ଉପସ୍ଥିତ ଶ୍ରମିକ ଚାପିହୋଇଯାଇଥିଲେ ।
ଗୁଣୁପୁର ଗୋଲମୁଣ୍ଡା ନିକଟରେ ଘଟିଛି ଏହି ଦୁର୍ଘଟଣା । ଭାରସାମ୍ୟ ହରାଇ ଏପରି ହୋଇଥିବା ସୂଚନା ।
ଟ୍ରକ୍ଟର ଚାଳକ ମଧ୍ୟ ଆହତ ହୋଇଛନ୍ତି । ଗୁଣୁପୁର ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତ ଶ୍ରମିକଙ୍କୁ ଉଦ୍ଧାର କରିଛି । ଘଟଣାସ୍ଥଳରେ ପ୍ରାଣ ହରାଇଥିବା ଶ୍ରମିକଙ୍କୁ ଡାକ୍ତରଖାନା ପଠାଯାଇଛି ।