‘ଆପ୍‌’କୁ ବଡ଼ ଝଟକା, ନିର୍ବାଚନରେ ହାରିଲେ କେଜରିୱାଲ, ସିଲ୍ ହେଲା ଦିଲ୍ଲୀ ସଚିବାଳୟ

ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ସଚିବାଳୟକୁ ସାମୟିକ ଭାବେ ସିଲ୍ କରିଦିଆଯାଇଛି ।

ନୂଆଦିଲ୍ଲୀ: ସିଲ୍ ହେଲା ଦିଲ୍ଲୀ ସଚିବାଳୟ । ନୂଆଦିଲ୍ଲୀ ଆସନରୁ ବିଜେପିର ବିଜୟ ପରେ ରାଜନୈତିକ ମାହୋଲରେ ବଡ଼ ହଲଚଲ ଦେଖାଦେଇଛି ।

ବରିଷ୍ଠ ଅଧିକାରୀଙ୍କୁ ସଚିବାଳୟ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏପରି ନିଷ୍ପତ୍ତି ପଛରେ କାରଣ: ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ(GAD) ଏକ ନୋଟିସ୍ ଜାରି କରି କହିଛି, ‘ପ୍ରଶାସନର ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ଏବଂ ଦସ୍ତାବିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

ସାଧାରଣ ପ୍ରଶାସନର ବିନା ଅନୁମତିରେ କୌଣସି ଫାଇଲ/ ଦସ୍ତାବିଜ, କମ୍ପ୍ୟୁଟର ହାର୍ଡ଼ୱେୟାର ଆଦି ଦିଲ୍ଲୀ ସଚିବାଳୟ ପରିସର ବାହାରକୁ ଯାଇ ପାରିବ ନାହିଁ ।’

GAD କହିଛନ୍ତି, ଏହି ଆଦେଶ ସଚିବାଳୟ କାର୍ଯ୍ୟାଳୟ ଏବଂ ମନ୍ତ୍ରୀ ପରିଷଦ କାର୍ଯ୍ୟାଳୟରେ ମଧ୍ୟ ପ୍ରଯୁଜ୍ୟ ହେବ। ଉଭୟ କାର୍ଯ୍ୟାଳୟର ଇନ-ଚାର୍ଜ ମଧ୍ୟ ଏହି ଆଦେଶ ପାଳନ କରିବାକୁ ପଡ଼ିବ | ଏହି ଆଦେଶ ଯୋଗୁଁ ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ମଧ୍ୟ ତୀବ୍ର ହୋଇଛି ।

ସରକାରୀ ଫାଇଲଗୁଡ଼ିକର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ବିଜେପି ଦାବି କରିଛି । ଯେଉଁଠାରେ ଆମ୍ ଆଦମୀ ଦଳର ନେତାମାନେ ଅଭିଯୋଗ କରିଛନ୍ତି ଯେ ସରକାର ପରିବର୍ତ୍ତନ ହେବା ମାତ୍ରେ ସଚିବାଳୟରୁ ଫାଇଲ ଜବତ କରିବାକୁ ବିଜେପି ଚେଷ୍ଟା କରୁଛି ।