ଦିଲ୍ଲୀରେ କାହିଁକି ହାରିଲା ଆପ୍, ସାମ୍ନାକୁ ଆସିଲା କାରଣ, ଜାଣନ୍ତୁ ଡିଟେଲ୍ସ
ଦିଲ୍ଲୀ ରାଜନୀତିରେ ବଡ଼ ପରିବର୍ତ୍ତନ। ସତ ହେଲା ଏକଜିଟ୍ ପୋଲ୍। ୨୭ ବର୍ଷ ପରେ ରାଜଧାନୀରେ କ୍ଷମତାକୁ ଆସିଲା ବିଜେପି। ହେଲେ କାହିଁକି ହାରିଲା ଆପ୍। ଜଣା ପଡ଼ିଲା ସବୁ ସତ।
ନୂଆଦିଲ୍ଲୀ: ସତ ହେଲା ଏକଜିଟ୍ ପୋଲ୍। ଏକଜାଟ ପୋଲରେ ପରିଣତ ହେଲା ଭୋଟ୍ ବାହୁଡ଼ା ମତ। ୨୭ ବର୍ଷ ପରେ ରାଜଧାନୀ ଦିଲ୍ଲୀକୁ ଫେରିଲା ବିଜେପି ଶାସନ। ଆଉ ଅପ୍ରତ୍ୟାଶିତ ଭାବରେ ମାଟି କାମୁଡ଼ି ପଡିଲା ଆମ୍ ଆଦମୀ ପାର୍ଟି।
ହଁ ଲଗାତାର ଦୁଇ ଦୁଇ ଥର ସରକାରକୁ ଆସିଥିବା ଆପକୁ ହରାଇ ଦିଲ୍ଲୀର ଛାତି ଉପରେ ସରକାର ଗଢ଼ି ପାରିଛି ଭାରତୀୟ ଜନତା ପାର୍ଟି। ଆଉ ପରାଜୟକୁ ସ୍ୱୀକାର କରିଛନ୍ତି ଆପ୍ ମୁଖିଆ ଆରବିନ୍ଦ କେଜ୍ରିଓ୍ୱାଲ।
ହେଲେ ଏଠି ଗୋଟେ ପ୍ରଶ୍ନ ଉଠୁଛି ଯେ, କାହିଁକି ଦୁଇ ଦୁଇ ଥର ଲଗାତାର ସରକାର ଗଢିଥିବା ଆପ୍ ଉପରେ ପୁଣି ଥରେ ବିଶ୍ୱାସ କଲେନି ଦିଲ୍ଲୀବାସୀ। କେଉଁ କାରଣ ପାଇଁ ପରାଜୟର ସ୍ୱାଦ ଚାଖିଲା ଆପ୍।
କାହିଁକି ହାରିଲା ଆପ୍: ଦିଲ୍ଲୀରେ ୨୭ ବର୍ଷରେ କ୍ଷମତାକୁ ଆସିଛି ବିଜେପି। ସେଥିପାଇଁ ବିଜେପି ଶିବିରରେ ସେଲିବ୍ରେସନ କରାଯାଉଛି। ହେଲେ ଆପ ଶିବିରରେ ନୈରାଶ୍ୟ ଖେଳିଯାଇଛି। ଅବଶ୍ୟ ନିଜ ପରାଜୟକୁ ସ୍ୱୀକାର କରିଛନ୍ତି କେଜ୍ରିଓ୍ୱାଲ।
ହେଲେ କେଉଁ କାରଣ ପାଇଁ ଏତେ ଦିନର ସରକାର ଧରାଶାୟୀ ହେଲା ସେ କାରଣ ଖୋଜୁଛନ୍ତି ମୁଖିଆ। ତେବେ ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି କିଛି ଦିନ ହେବ ଆପ୍ ନେତାମାନଙ୍କ ଉପରେ ଜୋରଦାର ପ୍ରହାର କରିଆସୁଥିଲା ବିଜେପି।
ଶାସକ ଦଳର ପ୍ରତ୍ୟେକ ଚାଲି ଚଳନ ଉପରେ ନଜର ରଖୁଥିଲା ବିରୋଧୀ ବିଜେପି। ଆଉ ଦିଲ୍ଲୀବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ବିଭିନ୍ନ ଅନିୟମିତତାକୁ ପ୍ରସଙ୍ଗ କରିଥିଲା।
ଯାହାଫଳରେ ଦିଲ୍ଲୀବାସୀ ଆପ୍ ଉପରୁ ଭରସା ଉଠାଇ ବିଜେପିର ପ୍ରତିଶୃତି ଉପରେ ବିଶ୍ୱାସ କଲେ। ଆଉ ଦିଲ୍ଲୀରେ ବିଜେପିକୁ ସରକାର ଗଢ଼ିବାର ସୁଯୋଗ ଦେଲେ।
ମଜବୁତ ସଂଗଠନ: ନିର୍ବାଚନ ପୂର୍ବରୁ ବିଜେପି ତାର ସଂଗଠମକୁ ମୂଳରୁ ମଜବୁତ କରିଥିଲା। ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ବିଭିନ୍ନ କେନ୍ଦ୍ରମନ୍ତ୍ରୀ,ସାଂସଦ ଓ ଟାଣୁଆ ନେତାମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା।
ପ୍ରତ୍ୟେକ ନେତାଙ୍କୁ ଦୁଇଟି ଲେଖାଏଁ ନିର୍ବାଚନ ମଣ୍ଡଳୀ ସମ୍ଭାଳିବାର ଦାୟିତ୍ୱ ମିଳିଥିଲା। ଯାହାକି କ୍ୟାମ୍ପନିଙ୍ଗଠୁ ଆରମ୍ଭ କରି ବୁଥ୍ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗ ଥିଲା। ଯାହାକି ବିଜେପି ପାଇଁ ବିଜୟ ଆଣି ପାରିଲା।
ମୋଦୀଙ୍କ ଲୋକପ୍ରିୟତା: ଅନ୍ୟ ଦିଗ ଉପରେ ଯଦି ନଜର ପକାଇବା ଦିନକୁ ଦିନ ମୋଦୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ତାଙ୍କ ନେତୃତ୍ୱ ଉପରେ ସମସ୍ତେ ଖୁସି ଅଛନ୍ତି। ତେଣୁ ମୋଦୀଙ୍କ ଲୋକ ପ୍ରିୟତା ଦିଲ୍ଲୀରେ ଆପକୁ ହରାଇବାର ଏକ ମୁଖ୍ୟ କାରଣ ସାଜିଲା।
ସ୍ଥାନୀୟ ସମସ୍ୟାରୁ ଭରଷା: ସବୁଠାରୁ ବଡ କଥା ହେଉଛି ବିଜେପି ନିର୍ବାଚନ ପ୍ରତିଶ୍ରୁତିରେ ମାଗଣା ବିଦ୍ୟୁତ୍ ଏବଂ ଜଳ ସହିତ ଅନ୍ୟାନ୍ୟ ସୁବିଧା ଦେବାର ପ୍ରତିଶ୍ରୁତି ଦେଇଛି। ଯାହା ଉପରେ ଆପର ଟିକେ ହେଲେ ନିଘା ନଥିଲା।
କହିବାକୁ ଗଲେ ଦିଲ୍ଲୀରେ ପ୍ରମୁଖ ସମସ୍ୟା ଥିଲା ପାଣି। ଯାହାକୁ ମୁଦ୍ଧା କରିଥିଲା ବିଜେପି। ହେଲେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରିଦେଇଥିଲା ଆପ୍। ଯାହାକି ଲୋକଙ୍କୁ ବିଜେପି ପ୍ରତିଶୃତି ଉପରେ ଭରଷା କରିବାକୁ ବାଧ୍ୟ କରିଦେଲା।
ଦଳ ମଧ୍ୟରେ ବିଭାଜନ: ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ସଂଗଠନ ମଧ୍ୟରେ ଫାଟ। ଏହା କହିବାର ଅର୍ଥ ଆପ୍ ଓ କଂଗ୍ରେସ ମଧ୍ୟରେ ବିଭାଜନ। ନିର୍ବାଚନ ପୂର୍ବରୁ ସିଟ୍ ଭାଗବଣ୍ଟାକୁ ନେଇ କଂଗ୍ରେସ ଓ ଆପ ମଧ୍ୟରେ ବିଭାଜନ ହୋଇଥିଲା।
ତେଣୁ ଚଳିତ ନିର୍ବାଚନରେ ଆମ ଆଦମୀ ପାର୍ଟିର ଭୋଟ କମିବା ପଛରେ ଏହା ଏକ ବଡ କାରଣ। କି ଆପର ଭୋଟ କଂଗ୍ରେସ କିଛି ମାତ୍ରାରେ କାଟିଛି। ଯଦ୍ୱାରା ବିଜେପି ଫାଇଦା ପାଇଲା। ଆଉ ଆପ ଧରାଶାୟୀ ହେଲା।