ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭା ବାଚସ୍ପତି ଓମ୍ ବିର୍ଲା ଲୋକସଭାର ପ୍ରୋସିଡିଙ୍ଗ୍ସରେ କେତେକ ଭାରତୀୟ ଭାଷା ସହ ଉର୍ଦ୍ଦୁକୁ ସ୍ଥାନ ଦେଇଛନ୍ତି ।
ବର୍ତ୍ତମାନ ସଦନର ପ୍ରୋସିଡିଙ୍ଗ୍ସ ଏହି ୬ଟି ଭାଷାରେ ଅନୁବାଦ ହେବ ।
କହିରଖୁଛୁ ଏହା ପୂର୍ବରୁ ଇଂରାଜୀ ଏବଂ ହିନ୍ଦୀ ବ୍ୟତୀତ ଅନ୍ୟ ୧୦ଟି ଆଞ୍ଚଳିକ ଭାଷାରେ ସଦନ ପ୍ରୋସିଡିଙ୍ଗ୍ସ ଚାଲୁଥିଲା ।
ଓମ୍ ବିର୍ଲା କହିଛନ୍ତି ଯେ ଆଗାମୀ ଦିନରେ ଦେଶର ସମସ୍ତ ୨୨ଟି ସ୍ୱୀକୃତିପ୍ରାପ୍ତ ଭାଷାରେ ସଦନର ପ୍ରକ୍ରିୟାକୁ ଅନୁବାଦ କରିବା ତାଙ୍କର ପ୍ରୟାସ । ଖୁବ୍ ଶୀଘ୍ର ଏଥିପାଇଁ ଏକ୍ସପର୍ଟ ଉପସ୍ଥିତ ହେଲେ ନିଦେ୍ର୍ଦଶ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ବାଚସ୍ପତି ।
ବର୍ତ୍ତମାନ ବୋଡୋ, ଡୋଗରୀ, ମୈଥିଲି, ମଣିପୁରୀ, ସଂସ୍କୃତ ଏବଂ ଉର୍ଦ୍ଦୁ ଭାଷାରେ ସଦନର ପ୍ରୋସିଡିଙ୍ଗ୍ସ ଅନୁବାଦ ହେବ । ଏହା ପୂର୍ବରୁ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଆସାମୀୟ, ବଙ୍ଗଳା, ଗୁଜରାଟୀ, କନ୍ନଡ଼, ମାଲାୟଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଏବଂ ତେଲୁଗୁ ଭାଷାରେ ଅନୁବାଦ ଚାଲିଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି କି ଭାରତର ସଂସଦ ହେଉଛି ଏକମାତ୍ର ଆଇନଗତ ଅନୁଷ୍ଠାନ ଯେଉଁଠାରେ ସଦନର ପ୍ରୋସିଡିଙ୍ଗ୍ସ ଏକାସାଙ୍ଗରେ ଏତେ ଭାଷାରେ ଅନୁବାଦ କରାଯାଉଛି ।